ଆମେରିକୀୟ ଗଣମାଧ୍ୟମ ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଜଣେ ପୂର୍ବତନ ଭାରତୀୟ ଗୁଇନ୍ଦା ଅଧିକାରୀ ଷଡ଼ଯନ୍ତ୍ର କରିଥିବା ନେଇ ୱାସିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ, ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’)ର ପୂର୍ବତନ ଅଧିକାରୀ ବିକ୍ରମ ଯାଦବ ଆମେରିକାରେ ପନ୍ନୁ ହତ୍ୟା ପାଇଁ ଏକ ହିଟ୍ ଟିମ୍ ନିଯୁକ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ରିପୋର୍ଟକୁ ଅଯଥା ଓ ଭିତ୍ତିହୀନ ବୋଲି କହିଛନ୍ତି। ଜୈସୱାଲ କହିଛନ୍ତି ଯେ ଏହା ଉପରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ତଦନ୍ତ କରୁଥିବା ବେଳେ କିଛି ଲୋକ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି।

୨୦୨୨ ନଭେମ୍ବରରେ ଫାଇନାନ୍ସିଆଲ ଟାଇମ୍ସରେ ଷଡ଼୍‌ଯନ୍ତ୍ର ଖବର ପ୍ରକାଶିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇ ମ୍ୟାନହାଟନ୍ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା, ଯିଏ କି ଏହି ଷଡ଼ଯନ୍ତ୍ରରେ ‘ସିସି-୧’ ନାମକ ଜଣେ ଅଜ୍ଞାତ ଭାରତୀୟ ଅଧିକାରୀଙ୍କ ସହ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା। ୱାସିଂଟନ ପୋଷ୍ଟ ‘ସିସି-୧’ ହିଁ ବିକ୍ରମ ଯାଦବ ବୋଲି ରିପୋର୍ଟରେ ଦର୍ଶାଇଛି।

ସମ୍ବନ୍ଧିତ ଖବର