ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ, ବିଦେଶକୁ ଯିବ ସାଢେ ୪ ଲକ୍ଷ ଟନ

ନୂଆଦିଲ୍ଲୀ : ବିଶ୍ବର ବିଭିନ୍ନ ଦେଶର ଅନୁରୋଧ କ୍ରମେ ଭାରତ ସରକାର ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି । ଦେଶରୁ ପ୍ରାୟ ସାଢେ ୪ ଲକ୍ଷ ଟନ ଗହମ ରପ୍ତାନିକୁ କେନ୍ଦ୍ର ସରକାର ଗୁରୁବାରଦିନ ଅନୁମତି ଦେଇଛନ୍ତି । ଏସବୁ ଗହମ ବାଂଲାଦେଶ, ଫିଲିପାଇନ୍ସ, ମାଲେସିଆ ଓ ତାଞ୍ଜାନିଆକୁ ରପ୍ତାନି କରାଯିବ ।

ଭାରତ ପ୍ରାୟ ୧୫ ଲକ୍ଷ ଟନ ଗହମ ରପ୍ତାନି କରୁ ବୋଲି ଗତ ସପ୍ତାହରେ ବାଂଲାଦେଶ,ଇଜିପ୍ଟ ପ୍ରଭୃତି ୬ଟି ଦେଶ ଅନୁରୋଧ କରିଥିଲେ ।  ଗୋଟିଏ ପଟେ ବିଶ୍ବରେ ଗହମ ଅଭାବ ଦେଖାଦେଇଥିବାବେଳେ ଭାରତରେ ଲକ୍ଷ ଲକ୍ଷ ଟନ ଗହମ ପଡ଼ି ପଡ଼ି ଖରାପ ହେବାକୁ ବସିଲାଣି । ଅନ୍ୟପକ୍ଷରେ ଦେଶର ବିଭିନ୍ନ ବନ୍ଦରରେ ପ୍ରାୟ ୧୭ ଲକ୍ଷ ଟନ ଗହମ ଖୋଲା ଆକାଶ ତଳେ ପଡ଼ିରହିଛି । ଆଗକୁ ବର୍ଷାଋତୁ ଆସୁଥିବାରୁ ଏଗୁଡ଼ିକ ନଷ୍ଟ ହେବାର ଆଶଙ୍କା ରହିଛି ।

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବରେ ଗହମର ଅଭାବ ଦେଖାଦେଇଛି । ତେବେ ଉତ୍ପାଦନ କମିବା ଯୋଗୁଁ ଏବର୍ଷ ଭାରତ ଗହମ ରପ୍ତାନି ବନ୍ଦ କରିଦେଇଛି । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଛନ୍ତି ।

 

ସମ୍ବନ୍ଧିତ ଖବର