ନୂଆଦିଲ୍ଲୀ: କଶ୍ମୀର ବାବଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ବିଟ୍ କରି ଭାରତକୁ ସମାଲୋଚନା କରିବା ପରେ ଭାରତ ତାହାର କଡ଼ା ଜବାବ ରଖିଛି। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି, ପାକିସ୍ତାନ ଲୋକମାନଙ୍କର ଯଦି ମଙ୍ଗଳ ଚାହୁଛି, ତେବେ ପ୍ରଥମେ ଆତଙ୍କବାଦକୁ ସମୂଳେ ନିପାତ କରିବା ଦରକାର। ଏଭଳି ଫାଙ୍କା ଭାଷଣ ଝାଡ଼ିଲେ ହେବନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି କଶ୍ମୀର କୁଲଗାମ୍ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀ ୩ ଜଣ ପାକ୍ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରି ନିପାତ କରିଥିଲେ। ଏହାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ପକ୍ଷରୁ ଟ୍ବିଟର୍ରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କଶ୍ମୀରକୁ ‘ଆଇଓକେ’ ଦର୍ଶାଇ ଇମ୍ରାନ୍ କହିଛନ୍ତି, ଭାରତ ନିର୍ଦ୍ଦୋଷ କଶ୍ମୀରୀଙ୍କୁ ହତ୍ୟା କରୁଛି। ଏଭଳି କରି ଭାରତ ସମସ୍ୟାର ସମାଧାନ କରିପାରିବ ନାହିଁ। ଏଥିପାଇଁ ଦୁଇପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହେବା ଜରୁରୀ। ଜାତିସଂଘ ନିରାପତ୍ତା ପରିଷଦ ଏବଂ କଶ୍ମୀରବାସୀଙ୍କ ମତାମତ ନିଆଯାଇ ଆଲୋଚନା କରାଯିବା ଉଚିତ। ଉଲ୍ଲେଖଥାଉ କି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଇମ୍ରାନ୍ ବାରମ୍ବାର ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ଯୁକ୍ତି କରୁଛନ୍ତି। କିନ୍ତୁ ଭାରତୀୟ ସୀମାରେ ପାକ୍ ନିୟମିତ ଭାବେ ଆକ୍ରମଣ କରୁଥିବାରୁ ଭାରତ ଏହାକୁ ଏଡ଼ାଇବାରେ ଲାଗିଛି। ଫଳରେ ଦୁଇଦେଶ ମଧ୍ୟରେ ବିବାଦ ବଢ଼ିଛି। ଭାରତର ବୈଦେଶିକ ମନ୍ତ୍ରାଳୟ ଇମ୍ରାନ୍ଙ୍କୁ ଭର୍ତ୍ସନା କରି କହିଛି ଯେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଇମ୍ରାନ୍ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ଏହା ଆଦୌ ଶୋଭା ପାଉନାହିଁ। ପ୍ରକୃତରେ ପାକିସ୍ତାନ ଯଦି ଏହି କ୍ଷେତ୍ରର ଲୋକଙ୍କ ମଙ୍ଗଳ କାମନା କରୁଛି, ତେବେ ପ୍ରଥମେ ଏହା ଆତଙ୍କବାଦକୁ ରୋକିବା ଦରକାର। କିନ୍ତୁ ଦୁଃଖର ବିଷୟ ସୀମାରେ ଆକ୍ରମଣ ପାଇଁ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବାରେ ଲାଗିଛି। ଏହା ବେଶ୍ ନିନ୍ଦନୀୟ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।
ଅପରପକ୍ଷରେ ସେନା ଗୁଳିରେ ପ୍ରାଣ ହରାଇଥିବା ପାକ୍ ଅନୁପ୍ରବେଶକାରୀଙ୍କ ମୃତଦେହ ନେବା ପାଇଁ ପାକିସ୍ତାନକୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ବିରତ ରହିବା ପାଇଁ ଭାରତୀୟ େସନା ତାଗିଦ୍ କରିଛି। ଏ ନେଇ ଭାରତୀୟ ସେନାର ଡିଜିଏମ୍ଓ ପକ୍ଷରୁ ପାକ୍ ଡିଜିଏମ୍ଓ (ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରି ଅପରେସନ୍) ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତକାଲି ପାକ୍ ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ୩ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିସହ ୨ ଜଣ ପାକ୍ ଅନୁପ୍ରବେଶକାରୀ ମଧ୍ୟ ନିପାତ ହୋଇଥିଲେ।
ଇମ୍ରାନ୍ଙ୍କୁ ଜବାବ ଦେଲା ଭାରତ
Oପ୍ରଥମେ ଆତଙ୍କବାଦକୁ ନିପାତ କର O ପାକ୍କୁ ସତର୍କ କଲା ଭାରତୀୟ ସେନା
/sambad/media/post_attachments/wp-content/uploads/2018/10/Imran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)