ନୂଆଦିଲ୍ଲୀ: କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପାକିସ୍ତାନରେ ଭାରତର କୌଣସି ରାଜଦୂତ ନାହାନ୍ତି । ତେଣୁ ପାକିସ୍ତାନର ବିଦେଶ ମନ୍ତ୍ରାଳୟ, ଭାରତର ଚାର୍ଜ ଦି ଆଫାୟର(ଜଣେ କୂଟନୀତିଜ୍ଞ ଯିଏ ରାଷ୍ଟ୍ରଦୂତଙ୍କ ଅନୁପସ୍ଥିତିରେ ଦୂତାବାସର ମିଶନର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତି) ବା ପ୍ରଭାରୀଙ୍କୁ ଏହି ହିଜାବ ମାମଲା ବିଷୟରେ ନିଜ ପ୍ରତିକ୍ରିୟା ଦେଇଛି । କିନ୍ତୁ ପାକିସ୍ତାନରେ ଭାରତର ଚାର୍ଜ ଦି ଆଫାୟର ଥିବା ସୁରେଶ କୁମାର ପାକିସ୍ତାନକୁ ତା ନିଜ ମାଟିରେ ହିଁ କଡା ଜବାବ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁରେଶ କୁମାର ଇସଲାମାବାଦରେ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ଅଫିସରଙ୍କୁ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ କାର୍ଯ୍ୟ କରିବା ସମୟରେ ସଠିକ୍ ପ୍ରକ୍ରିୟାକୁ ଅନୁସରଣ କରାଯାଇଥାଏ। ଆମ ଦେଶର କଥାରେ ହସ୍ତକ୍ଷେପ କରିବା ପୂର୍ବରୁ ଆପଣ ନିଜ ଦେଶର ପୂର୍ବ ରେକର୍ଡ ଦେଖନ୍ତୁ। ପ୍ରଥମେ ଆପଣ ନିଜ ଘରକୁ ସମ୍ଭାଳନ୍ତୁ। ଭାରତ ନିଜ ସମସ୍ୟା ନିଜେ ସମାଧାନ କରିବାରେ ସମର୍ଥ।
/sambad/media/post_attachments/362464e679baccbc83cf83d40ce95a5bd7c48ce1cdd5bb08b0d39d98840b24b3.jpg)
ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ଭାରତର ହିଜାବ ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ। ପାକିସ୍ତାନର ଏହି ଦୁଇ ବରିଷ୍ଠ ରାଜନେତା ଭାରତରେ ଅଳ୍ପସଂଖ୍ୟକଙ୍କୁ ଦମନ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ପାକିସ୍ତାନରେ ତାଲିବାନ ଦ୍ଵାରା ଆକ୍ରମଣର ଶିକାର ହୋଇଥିବା ମଲାଲା ୟୁସୁଫଜାଇ ମଧ୍ୟ କର୍ଣ୍ଣାଟକର ହିଜାବ ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ।
ତେବେ ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓଓ୍ଵେସି ହିଜାବ ବିବାଦ ଉପରେ ପାକିସ୍ତାନରୁ ଦିଆଯାଉଥିବା ଟିପ୍ପଣୀ ବିରୋଧରେ ଦୃଢ ଜବାବ ଦେଇଛନ୍ତି। ଓଓ୍ଵେସି ନିଜ ଜବାବରେ କହିଛନ୍ତି, ପାକିସ୍ତାନକୁ ଭାରତ ଆଡକୁ ଦେଖିବାର କୌଣସି ଆବଶ୍ୟକତା ନାହିଁ। ସେଠାରେ ପୂର୍ବରୁ ହିଁ ବିଭିନ୍ନ ପ୍ରକାରର ଗମ୍ଭୀର ସମସ୍ୟା ରହିଛି। ଏହି ଦେଶ ମୋର, ତୁମର ନୁହଁ। ଏଠାରେ ନିଜ ଗୋଡ କିମ୍ବା ନାକ ପୁରାଅନି ନହଲେ ଆହତ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ସ-65.jpg)