୧୩ ଦିନରେ ଭାରତରେ ୧. ୨୫ ଲକ୍ଷ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି, ୫୫ ଲକ୍ଷରୁ ଅଧିକ ପରୀକ୍ଷା କରିସାରିଲାଣି ‘ଆଇସିଏମ୍‌ଆର୍’

ନୂଆଦିଲ୍ଲୀ: ଭାରତରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଟପିଯାଇଥିବା ବ‌େଳେ ପ୍ରତିଦିନ ୧୦ ହଜାର ନୂତନ ସଂକ୍ରମଣ ରିପୋର୍ଟ ହେଉଛି। କିନ୍ତୁ, ଆଜି ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଯାଇଥିବା ରିପୋର୍ଟ ମିଳିଛି।

ଜୁନ୍ ମାସରେ ଯେ, ସଂକ୍ରମଣ ସଂଖ୍ୟା ଦ୍ରୁତତ୍ତର ହୋଇଛି, ଏ କଥା ଜୁନ୍ ପହିଲାର ସଂକ୍ରମଣ ସଂଖ୍ୟା ୧, ୯୦୫୩୫ ପ୍ରତି ଦୃଷ୍ଟି ପକାଇଲେ ଜଣାପଡ଼ିଯିବ। ତେଣୁ, ଜୁନ୍ ୧୩ ତାରିଖ, ଅର୍ଥାତ୍ ୧୩ ଦିନ ମଧ୍ୟରେ ପ୍ରାୟ ୧.୨୫ ଲକ୍ଷ ନୂତନ ସଂକ୍ରମଣ ହୋଇ ସମୁଦାୟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଟପିଯାଇଛି।

ଗତ ୧୩ ଦିନ ମଧ୍ୟରେ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଜୁନ୍ ୧ ତାରିଖ ଠାରୁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ହିଁ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧିର କାରଣ ବୋଲି କୁହାଯାଉଛି।

Image Courtesy of Business Today

ଯଦି ସଂକ୍ରମଣ ବୃଦ୍ଧି ଉପରେ ନିୟନ୍ତ୍ରଣ ନ ରହେ ତେବେ ଜୁନ୍ ଶେଷ ସୁଦ୍ଧା ସମୁଦାୟ ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ଟପିଯିବ।

ଇତିମଧ୍ୟରେ, କେନ୍ଦ୍ର ସରକାର ଦେଶରେ କୋଭିଡ୍-୧୯ ପରୀକ୍ଷା କରୁଥିବା ଲ୍ୟାବ୍ ସଂଖ୍ୟା ବଢ଼ାଇ ସାରିଛନ୍ତି। ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ରରେ ପ୍ରାୟ ୧, ୪୩, ୭୩୭ ନମୁନା ପରୀକ୍ଷା କରାଯାଇଥିଲା।

‘ଆଇସିଏମ୍‌ଆର୍’ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ୫୫, ୭, ୧୮୨ ନମୁନା ପରୀକ୍ଷଣ ସରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୪୫୮ ନୂତନ ସଂକ୍ରମଣ ରିପୋର୍ଟ କରାଯାଇଥିବା ବେଳେ ୩୮୬ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଦେଶରେ ଆରୋଗ୍ୟ ୪୯. ୯୪% ରହିଛି।

ସମ୍ବନ୍ଧିତ ଖବର