ନୂଆଦିଲ୍ଲୀ: କମି କମି ଯାଉଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୫,୬୭୫ ଜଣ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏବେ ବି ସକ୍ରିୟ ଅଛନ୍ତି ୪୫, ୭୪୯। ଦୈନିକ ପଜିଟିଭ୍‌ ‌ହାର ରହିଛି ୧.୫୫ ପ୍ରତିଶତ।

Advertisment

ଏବେ ସୁଦ୍ଧା ଟିକା ନେଇ ସାରିଲେଣି ୨,୧୫,୬୭, ୦୬, ୫୭୪ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତକାଲି ଦେଶରେ କରୋନ ସଂକ୍ରମଣ ସଂଖ୍ୟା ଥିଲା  ୫,୨୨୧। କରୋନାଭାଇରସ୍‌ଜନିତ ମୃତ୍ୟୁ ଗତକାଲି ୧୫ ରେକର୍ଡ ହୋଇଥିଲା।  ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୫,୧୦,୦୫୭ରେ ପହଞ୍ଚିଛି।