ଭାରତରେ ସୁସ୍ଥତା ହାର ୭୨%କୁ ବୃଦ୍ଧି, ୨୪ଘଣ୍ଟାରେ ୫୭,୫୮୪ଜଣ ସୁସ୍ଥ

ନୂଆଦିଲ୍ଲୀ: ଆଜି ଦେଶରେ ୨୪ଘଣ୍ଟାରେ ୫୭,୯୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୯୪୧ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥତା ହାର ୭୨%ରେ ପହଞ୍ଚିଛି। ଆଜି ୨୪ଘଣ୍ଟାରେ ୫୭,୫୮୪ଜଣ ସୁସ୍ଥ ହୋଇଛନ୍ତି। ୫୭,୫୮୪ଜଣ ସୁସ୍ଥ ହେବା ପରେ ଭାରତର ସୁସ୍ଥତା ହାର ୭୨%କୁ ବୃଦ୍ଧି ପାଇଛି ଏବଂ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ନିଶ୍ଚିତ ହେଉଥିବା ଦେଖାଯାଉଛି। ଆଗକୁ ସୁସ୍ଥତା ହାର ଆକ୍ରାନ୍ତଙ୍କ ହାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଟିକା ଆସିବା ପରେ ସୁସ୍ଥତା ହାର ଅଧିକ ରହିବ ବୋଲି ଜଣା ପଡ଼ିଛି।

ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେବା ଏବଂ ଘରୋଇ ଆଇ‌‌ସୋଲେସନରୁ ମୁକ୍ତ ହେବା ପ‌ରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ଆଜି ୧୯ ଲକ୍ଷ  ଅତିକ୍ରମ କରିଛି (୧୯,୧୯,୮୪୨) | ପୁନରୁଦ୍ଧାର ହୋଇଥିବା ରୋଗୀ ଏବଂ ସକ୍ରିୟ କୋଭିଡ୍-୧୯ ମାମଲା ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇ ୧୨,୪୨,୯୪୨ରେ ପହଞ୍ଚିଛି।

DATA STORY: India's coronavirus death toll tops 50,000; UP ...
Business Standard

ସୂଚନା ମୁତାବକ,  ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୬,୪୭,୬୬୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧୯୮୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ୨୪ ଘଣ୍ଟାରେ ୯୪୧ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଦେଶରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ସଂଖ୍ୟା ୫୦୯୨୧ ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୭,୯୮୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୯୦୦ ରହିଛି। ତେବେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି। ଗତକାଲିଠାରୁ ଆଜି ମୃତ୍ୟୁ ସଂଖ୍ୟା ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।

ସମ୍ବନ୍ଧିତ ଖବର