ସମଗ୍ର ଦେଶରେ ଗୋଟିଏ  ଦିନରେ ୨୬,୫୦୬ କରୋନାଭାଇରସ୍ ସଂକ୍ରମଣ ରେକର୍ଡ

ନୂଆଦିଲ୍ଲୀ: ଜୁଲାଇ ୧୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୭୯୩୮୦୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୯୫୫୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୧୬୦୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୬,୫୦୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୬୮୫ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୪୭୫ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୭୭ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୨୨ ଜଣ, ବିହାରରେ ୧୧୫ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୫ ଜଣ, ଦିଲ୍ଲୀରେ ୩୨୫୮ ଜଣ, ଗୋଆରେ ୯ ଜଣ, ଗୁଜରାଟରେ ୨୦୦୮ ଜଣ, ହରିୟାଣାରେ ୨୮୭ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୫୪ ଜଣ, ଝାଡ଼ଖଣ୍ଡରେ ୨୩ ଜଣ, କର୍ଣ୍ଣାଟକରେ ୪୮୬ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୩୪ ଜଣ, ମହାରାଷ୍ଟ୍ରରେ ୯୬୬୭ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୫୨ ଜଣ, ପୁଦ୍ଦୁଚେରୀରେ ୧୪ ଜଣ, ପଞ୍ଜାବରେ ୧୮୩ ଜଣ, ରାଜସ୍ଥାନରେ ୪୯୧ ଜଣ, ତାମିଲନାଡୁରେ ୧୭୬୫ ଜଣ, ତେଲେଙ୍ଗାନାରେ ୩୩୧ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୮୬୨ ଜଣ ଏବଂ ପଶ୍ଚମବଙ୍ଗରେ ୮୫୪ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୫୧), ଆନ୍ଧ୍ରପ୍ରଦେଶ (୨୩୮୧୪), ଅରୁଣାଚଳ ପ୍ରଦେଶ (୩୦୨), ଆସାମ (୧୪୦୩୨), ବିହାର (୧୩୯୪୪), ଚଣ୍ଡିଗଡ଼ (୫୨୩), ଛତିଶଗଡ଼ (୩୬୭୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୧୧), ଦିଲ୍ଲୀ (୧୦୭୦୫୧), ଗୋଆ (୨୧୫୧), ଗୁଜରାଟ (୩୯୧୯୪), ହରିୟାଣା (୧୯୩୬୯), ହିମାଚଳ ପ୍ରଦେଶ (୧୧୪୦), ଜମ୍ମୁ ଓ କଶ୍ମୀର (୯୫୦୧), ଝାଡ଼ଖଣ୍ଡ (୩୨୪୬) କର୍ଣ୍ଣାଟକ (୩୧୧୦୫), କେରଳ (୬୫୩୪), ଲଦାଖ (୧୦୫୫), ମଧ୍ୟପ୍ରଦେଶ (୧୬୩୪୧), ମହାରାଷ୍ଟ୍ର (୨୩୦୫୯୯), ମଣିପୁର (୧୪୫୦), ମେଘାଳୟ (୧୧୩), ମିଜୋରାମ (୧୯୭), ନାଗାଲାଣ୍ଡ (୬୭୩),  ଓଡ଼ିଶା (୧୧୨୦୧), ପୁଦ୍ଦୁଚେରୀ (୧୧୫୧), ପଞ୍ଜାବ (୭୧୪୦), ରାଜସ୍ଥାନ (୨୨୫୬୩), ସିକିମ୍ (୧୩୪), ତାମିଲନାଡୁ (୧୨୬୫୮୧), ତେଲେଙ୍ଗାନା (୩୦୯୪୬), ତ୍ରିପୁରା (୧୭୭୧), ଉତ୍ତରାଖଣ୍ଡ (୩୩୦୫), ଉତ୍ତରପ୍ରଦେଶ (୩୨୩୬୨) ଓ ପଶ୍ଚିମବଙ୍ଗ (୨୫୯୧୧) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୮୮), ଆନ୍ଧ୍ରପ୍ରଦେଶ (୧୨୧୫୪), ଅରୁଣାଚଳ ପ୍ରଦେଶ (୧୨୦), ଆସାମ (୮୭୨୬), ବିହାର (୯୮୧୬), ଚଣ୍ଡିଗଡ଼ (୪୦୩), ଛତିଶଗଡ଼ (୨୯୦୩), ଦାଦର ନଗର ହାୱେଲି (୧୮୯), ଦିଲ୍ଲୀ (୮୨୨୨୬), ଗୋଆ (୧୨୭୩), ଗୁଜରାଟ (୨୭୭୧୮), ହରିୟାଣା (୧୪୫୧୦), ହିମାଚଳ ପ୍ରଦେଶ (୮୪୬), ଜମ୍ମୁ ଓ କଶ୍ମୀର (୫୬୯୫), ଝାଡ଼ଖଣ୍ଡ (୨୨୦୮), କର୍ଣ୍ଣାଟକ (୧୧୮୩୩), କେରଳ (୩୭୦୮), ଲଦାଖ (୯୧୫), ମଧ୍ୟପ୍ରଦେଶ (୧୨୨୩୨), ମହାରାଷ୍ଟ୍ର (୧୨୭୨୫୯), ମଣିପୁର (୭୯୯), ମେଘାଳୟ (୬୬), ମିଜୋରାମ (୧୩୩) ନାଗାଲାଣ୍ଡ୍ (୩୦୪), ଓଡ଼ିଶା (୭୪୦୭), ପୁଦ୍ଦୁଚେରୀ (୫୮୪), ପଞ୍ଜାବ (୪୯୪୫), ରାଜସ୍ଥାନ (୧୭୦୭୦), ସିକିମ୍ (୭୨), ତାମିଲନାଡୁ (୭୮୧୬୧), ତେଲେଙ୍ଗାନା (୧୮୧୯୨), ତ୍ରିପୁରା (୧୩୩୮), ଉତ୍ତରାଖଣ୍ଡ (୨୬୭୨), ଉତ୍ତରପ୍ରଦେଶ (୨୧୧୨୭) ଓ ପଶ୍ଚିମବଙ୍ଗ (୧୬୮୨୬) ।

 

 

ସମ୍ବନ୍ଧିତ ଖବର