୮ ଲକ୍ଷ ୨୦ ହଜାର ଟପିଲା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ରେକର୍ଡସଂଖ୍ୟକ ୨୭,୧୧୪ ସଂକ୍ରମଣ

ନୂଆଦିଲ୍ଲୀ: ଜୁଲାଇ ୧୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୮୨୦୯୧୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫୩୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୨୧୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୭, ୧୧୪  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୩୪୦୭ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୯୨ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୨୭ ଜଣ, ବିହାରରେ ୧୧୯ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୭ ଜଣ, ଦିଲ୍ଲୀରେ ୩୩୦୦ ଜଣ, ଗୋଆରେ ୯ ଜଣ, ଗୁଜରାଟରେ ୨୦୨୨ ଜଣ, ହରିୟାଣାରେ ୨୯୦ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୫୯ ଜଣ, ଝାଡ଼ଖଣ୍ଡରେ ୨୩ ଜଣ, କର୍ଣ୍ଣାଟକରେ ୫୪୩ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୩୮ ଜଣ, ମହାରାଷ୍ଟ୍ରରେ ୯୮୯୩ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୫୬ ଜଣ, ପୁଦ୍ଦୁଚେରୀରେ ୧୭ ଜଣ, ପଞ୍ଜାବରେ ୧୮୭ ଜଣ, ରାଜସ୍ଥାନରେ ୪୯୭ ଜଣ, ତାମିଲନାଡୁରେ ୧୮୨୯ ଜଣ, ତେଲେଙ୍ଗାନାରେ ୩୩୯ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୮୮୯ ଜଣ ଏବଂ ପଶ୍ଚମବଙ୍ଗରେ ୮୮୦ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୫୬), ଆନ୍ଧ୍ରପ୍ରଦେଶ (୨୫୪୨୨), ଅରୁଣାଚଳ ପ୍ରଦେଶ (୩୩୫), ଆସାମ (୧୪୬୦୦), ବିହାର (୧୪୫୭୫), ଚଣ୍ଡିଗଡ଼ (୫୩୯), ଛତିଶଗଡ଼ (୩୭୬୭), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୫୯), ଦିଲ୍ଲୀ (୧୦୯୧୪୦), ଗୋଆ (୨୨୫୧), ଗୁଜରାଟ (୪୦୦୬୯), ହରିୟାଣା (୧୯୯୩୪), ହିମାଚଳ ପ୍ରଦେଶ (୧୧୭୧), ଜମ୍ମୁ ଓ କଶ୍ମୀର (୯୮୮୮), ଝାଡ଼ଖଣ୍ଡ (୩୪୧୯) କର୍ଣ୍ଣାଟକ (୩୩୪୧୮), କେରଳ (୬୯୫୦), ଲଦାଖ (୧୦୬୪), ମଧ୍ୟପ୍ରଦେଶ (୧୬୬୫୭), ମହାରାଷ୍ଟ୍ର (୨୩୮୪୬୧), ମଣିପୁର (୧୫୮୨), ମେଘାଳୟ (୨୦୭), ମିଜୋରାମ (୨୨୬), ନାଗାଲାଣ୍ଡ (୭୩୨),  ଓଡ଼ିଶା (୧୧୯୫୬), ପୁଦ୍ଦୁଚେରୀ (୧୨୭୨), ପଞ୍ଜାବ (୭୩୫୭), ରାଜସ୍ଥାନ (୨୩୧୭୪), ସିକିମ୍ (୧୩୪), ତାମିଲନାଡୁ (୧୩୦୨୬୧), ତେଲେଙ୍ଗାନା (୩୨୨୨୪), ତ୍ରିପୁରା (୧୯୧୮), ଉତ୍ତରାଖଣ୍ଡ (୩୩୭୩), ଉତ୍ତରପ୍ରଦେଶ (୩୩୭୦୦) ଓ ପଶ୍ଚିମବଙ୍ଗ (୨୭୧୦୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୯୨), ଆନ୍ଧ୍ରପ୍ରଦେଶ (୧୩୧୯୪), ଅରୁଣାଚଳ ପ୍ରଦେଶ (୧୨୦), ଆସାମ (୯୧୪୭), ବିହାର (୧୦୧୦୯), ଚଣ୍ଡିଗଡ଼ (୪୦୮), ଛତିଶଗଡ଼ (୩୦୨୮), ଦାଦର ନଗର ହାୱେଲି (୨୧୧), ଦିଲ୍ଲୀ (୮୪୬୯୪), ଗୋଆ (୧୩୪୭), ଗୁଜରାଟ (୨୮୧୪୭), ହରିୟାଣା (୧୪୯୦୪), ହିମାଚଳ ପ୍ରଦେଶ (୮୮୩), ଜମ୍ମୁ ଓ କଶ୍ମୀର (୫୭୮୬), ଝାଡ଼ଖଣ୍ଡ (୨୨୨୪), କର୍ଣ୍ଣାଟକ (୧୩୮୩୬), କେରଳ (୩୮୨୦), ଲଦାଖ (୯୧୭), ମଧ୍ୟପ୍ରଦେଶ (୧୨୪୧୮), ମହାରାଷ୍ଟ୍ର (୧୩୨୬୨୫), ମଣିପୁର (୮୩୨), ମେଘାଳୟ (୬୬), ମିଜୋରାମ (୧୪୩) ନାଗାଲାଣ୍ଡ୍ (୩୦୪), ଓଡ଼ିଶା (୭୯୭୨), ପୁଦ୍ଦୁଚେରୀ (୬୩୭), ପଞ୍ଜାବ (୫୦୧୭), ରାଜସ୍ଥାନ (୧୭୬୨୦), ସିକିମ୍ (୮୦), ତାମିଲନାଡୁ (୮୨୩୨୪), ତେଲେଙ୍ଗାନା (୧୯୨୦୫), ତ୍ରିପୁରା (୧୩୭୨), ଉତ୍ତରାଖଣ୍ଡ (୨୭୦୬), ଉତ୍ତରପ୍ରଦେଶ (୨୧୭୮୭) ଓ ପଶ୍ଚିମବଙ୍ଗ (୧୭୩୪୮) ।

 

 

 

ସମ୍ବନ୍ଧିତ ଖବର