୯ ଲକ୍ଷ ୩୬ ହଜାର ଟପିଲା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା; ଦିନକରେ ରେକର୍ଡସଂଖ୍ୟକ ୨୯,୪୨୯ ସଂକ୍ରମଣ

 

ନୂଆଦିଲ୍ଲୀ: ଜୁଲାଇ ୧୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୩୬୧୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯୨୦୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୪୩୦୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୯୪୨୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯୮୪୦ ରହିଛି। ୨୪ ଘଣ୍ଟା ମଧ୍ୟରେ ୫୮୨ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୦୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୦ ଜଣ, ବିହାରରେ ୧୭୪ ଜଣ, ଚଣ୍ଡିଗଡ଼ରେ ୧୦ ଜଣ, ଛତିଶଗଡ଼ରେ ୨୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୧ଜଣ, ଦିଲ୍ଲୀରେ ୩୪୪୬ ଜଣ, ଗୋଆରେ ୧୮ ଜଣ, ଗୁଜରାଟରେ ୨୦୬୯ ଜଣ, ହରିୟାଣାରେ ୩୧୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୯୫ ଜଣ, ଝାଡ଼ଖଣ୍ଡରେ ୩୬ ଜଣ, କର୍ଣ୍ଣାଟକରେ ୮୪୨ ଜଣ, କେରଳରେ ୩୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୭୩ ଜଣ, ମହାରାଷ୍ଟ୍ରରେ ୧୦୬୯୫ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୭୪ ଜଣ, ପୁଦ୍ଦୁଚେରୀରେ ୧୮ ଜଣ, ପଞ୍ଜାବରେ ୨୧୩ ଜଣ, ରାଜସ୍ଥାନରେ ୫୨୫ ଜଣ, ତାମିଲନାଡୁରେ ୨୦୯୯ ଜଣ, ତେଲେଙ୍ଗାନାରେ ୩୭୫ ଜଣ, ତ୍ରିପୁରାରେ ୨ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୯୮୩ ଜଣ ଏବଂ ପଶ୍ଚମବଙ୍ଗରେ ୯୮୦ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬୬), ଆନ୍ଧ୍ରପ୍ରଦେଶ (୩୩୦୧୯), ଅରୁଣାଚଳ ପ୍ରଦେଶ (୬୪୨), ଆସାମ (୧୭୮୦୭), ବିହାର (୧୯୨୮୪), ଚଣ୍ଡିଗଡ଼ (୬୦୦), ଛତିଶଗଡ଼ (୪୩୭୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୨୦), ଦିଲ୍ଲୀ (୧୧୫୩୪୬), ଗୋଆ (୨୭୫୩), ଗୁଜରାଟ (୪୩୬୩୭), ହରିୟାଣା (୨୨୬୨୮), ହିମାଚଳ ପ୍ରଦେଶ (୧୩୦୯), ଜମ୍ମୁ ଓ କଶ୍ମୀର (୧୧୧୭୩), ଝାଡ଼ଖଣ୍ଡ (୪୦୯୧) କର୍ଣ୍ଣାଟକ (୪୪୦୭୭), କେରଳ (୮୯୩୦), ଲଦାଖ (୧୦୯୩), ମଧ୍ୟପ୍ରଦେଶ (୧୯୦୦୫), ମହାରାଷ୍ଟ୍ର (୨୬୭୬୬୫), ମଣିପୁର (୧୬୭୨), ମେଘାଳୟ (୩୧୮), ମିଜୋରାମ (୨୩୮), ନାଗାଲାଣ୍ଡ (୮୯୬),  ଓଡ଼ିଶା (୧୪୨୮୦), ପୁଦ୍ଦୁଚେରୀ (୧୫୩୧), ପଞ୍ଜାବ (୮୫୧୧), ରାଜସ୍ଥାନ (୨୫୫୭୧), ସିକିମ୍ (୨୦୯), ତାମିଲନାଡୁ (୧୪୭୩୨୪), ତେଲେଙ୍ଗାନା (୩୭୭୪୫), ତ୍ରିପୁରା (୨୧୭୦), ଉତ୍ତରାଖଣ୍ଡ (୩୬୮୬), ଉତ୍ତରପ୍ରଦେଶ (୩୯୭୨୪) ଓ ପଶ୍ଚିମବଙ୍ଗ (୩୨୮୩୮) ।

ସମ୍ବନ୍ଧିତ ଖବର