ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି ସୋମବାର ଭାରତ ଉପରେ ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ଆଣିଛନ୍ତି। ଭାରତ, ଗାଜା ଓ ମିଆଁମାରରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇ ଖମେନି ସମଗ୍ର ବିଶ୍ୱର ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଖାମେନି ଏକ୍ସ ଉପରେ ତାଙ୍କ ପୋଷ୍ଟରେ ଇସଲାମର ଶତ୍ରୁ ଦେଶ ଭଳି ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ ।
ଆୟାତୋଲ୍ଲା ଅଲ୍ଲୀ ଖାମେନି ତାଙ୍କ ପୋଷ୍ଟରେ କହିଛନ୍ତି, ଇସଲାମର ଶତ୍ରୁମାନେ ସର୍ବଦା ଆମକୁ ଇସଲାମିକ ଉମ୍ମା ଭାବରେ ଆମର ସାଧାରଣ ପରିଚୟ ପ୍ରତି ଉଦାସୀନ କରିବାକୁ ଚେଷ୍ଟା କରିଛନ୍ତି। ଯଦି ଆମେ ମିଆଁମାର, ଗାଜା, ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ଜଣେ ମୁସଲମାନଙ୍କ ଦୁଃଖ ବିଷୟରେ ଅଜ୍ଞ, ତେବେ ଆମେ ନିଜକୁ ମୁସଲମାନ ବୋଲି ବିବେଚନା କରିପାରିବୁ ନାହିଁ।
ଇରାନର ସର୍ବୋଚ୍ଚ ନେତାଙ୍କ ଏହି ମନ୍ତବ୍ୟ ଉପରେ ଭାରତ ମଧ୍ୟ ପ୍ରତିକ୍ରିୟା ରଖିଛି । ଖାମେନିଙ୍କ ଏହି ବୟାନକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ନିନ୍ଦା କରିଛି। ଭାରତରେ ସଂଖ୍ୟାଲଘୁଙ୍କୁ ନେଇ ଇରାନର ସର୍ବୋଚ୍ଚ ନେତା ଦେଇଥିବା ମନ୍ତବ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହା ଭୁଲ ସୂଚନା ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ । ସଂଖ୍ୟାଲଘୁଙ୍କ ଉପରେ ମନ୍ତବ୍ୟ ଦେଉଥିବା ଦେଶଗୁଡ଼ିକୁ ଅନ୍ୟମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ନିଜ ରେକର୍ଡ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)