ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ରବିବାର ଦିନ ୧୬ଶ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଭଳି ସ୍ଥିତିରେ ଭାରତର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଭିଆର୍ ଚୌଧାରୀ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ଏକ ଆଲୋଚକ୍ରରେ ଯୋଗଦେଇ ସେ କହିଛନ୍ତି ଭାରତର ବାୟୁସେନା ଯେତେବେଳେ ଚୀନର କୌଣସି ବିମାନ ଭାରତର ସୀମା ଅଞ୍ଚଳର ଅତି ନିକଟତର ହୋଇଥାଏ ସେତେବେଳେ ଉପଯୁକ୍ତ ପଦକ୍ଷେପ ନିଆଯାଇଥାଏ। ସେଠାକୁ ତୁରନ୍ତ ଆମର ଲଢ଼ୁଆ ବିମାନ ଯାଇଥାଏ ଏବଂ ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଥାଏ। ଏଥିପାଇଁ ସେମାନେ ସୀମାରୁ ଦୂରେଇ ରହିଥାନ୍ତି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।
ତେବେ ଚୀନ ଏଭଳି କାର୍ଯ୍ୟ କାହିଁକି କରୁଛି ତାହାର କୌଣସି ନିର୍ଦ୍ଦିଷ୍ଟ କାରଣ କହିପାରିବେ ନାହିଁ ବୋଲି ସେ କହିଛନ୍ତି। ଭାରତ ଓ ଚୀନ ସେନା ମଧ୍ୟରେ ବର୍ତ୍ତମାନ ଯେଉଁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ତାହା ୨୦୨୦ ମେ’ ୫ରୁ ଆରମ୍ଭ ହୋଇଛି। ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତର ପାର୍ଶ୍ବରେ ଚୀନ ସେନା ଭାରତ ପଟକୁ ଅନୁପ୍ରବେଶ କରିବା ଫଳରେ ଏଭଳି ସମସ୍ୟା ଦେଖାଦେଇଛି। ଉଭୟ ଦେଶର ବରିଷ୍ଠ କମାଣ୍ଡର୍ମାନଙ୍କ ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ ଚୀନ୍ କାର୍ଯ୍ୟକାରୀ କରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ladakh.jpg)