ଭାରତ-ରୁଷ୍‌ ୫୦ କୋଟି ଡଲାର ଚୁକ୍ତି

ନୂଆଦିଲ୍ଲୀ: ଏସ୍‌-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଚୁକ୍ତି ପରେ ଭାରତ ଓ ରୁଷ୍‌ ମଧ୍ୟରେ ଆଉଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ‌ହୋଇଛି। ଭାରତ ଏହାର ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଗୋଆରେ ଦୁଇଟି ଯୁଦ୍ଧପୋତ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଥିଲାଗି ରୁଷ୍‌ର ସହାୟତା ନେଇଛି। ରୁଷ୍‌ ଏଥିପାଇଁ ଜ୍ଞାନକୌଶଳ ଯୋଗାଇବ। ଏ ନେଇ ଉଭୟଙ୍କ ମଧ୍ୟରେ ୫୦ କୋଟି ଡଲାରର ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ଦ୍ବାରା ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଆହୁରି ମଜବୁତ ହୋଇପାରିଛି।
ଭାରତ ଏହି ଦୁଇଟି ଯୁଦ୍ଧପୋତକୁ ଅତ୍ୟାଧୁନିକ ‘ଷ୍ଟିଲ୍‌ଥ୍‌ ଟେକ୍ନୋଲୋଜି’ରେ ନିର୍ମାଣ କରିବ। ଫଳରେ କୌଣସି ରାଡାର ଅଥବା ଅନ୍ୟ କୌଣସି ସନ୍ଧାନକାରୀ ଯନ୍ତ୍ରାଂଶ ଠାବ କରିପାରିବ ନାହିଁ। ୨୦୨୦ରେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ଏହା ୨୦୨୬ରେ ପ୍ରଥମ ଜଳାବତରଣ କରିବ। ୨୦୨୭ରେ ଅନ୍ୟ ଏକ ଯୁଦ୍ଧପୋତର ନିର୍ମାଣ ଶେଷ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର