ଏସ-୪୦୦ ଖରିଦ ପାଇଁ ଖୁବ ଶୀଘ୍ର ଋଷିଆକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ : ଆମେରିକାର କଟକଣା ଧମକ ଓ ପ୍ରଲୋଭନ ସତ୍ତ୍ୱେ ଋଷିଆଠାରୁ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ ଟ୍ରିୟମ୍ପକୁ କିଣିବାକୁ ନିଜ ନିଷ୍ପତ୍ତିରେ ଅଟଳ ରହିଛି ଭାରତ । ଖୁବ ଶୀଘ୍ର ଏହାର ପ୍ରଥମ କିସ୍ତି ପେମେଣ୍ଟ ଭାରତ ଋଷିଆକୁ ପ୍ରଦାନ କରିବାକୁ ଯାଉଛି ।
ତେବେ ଆମେରିକାର କଟକଣା ଯୋଗୁଁ ଭାରତର ସମୁଦାୟ ପରିମାଣ ଡଲାରରେ ପେମେଣ୍ଟ ନ କରି ୟୁରୋ, ରୁବେଲ ଓ କିଛି ଅଂଶ ଭାରତୀୟ ଟଙ୍କାରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏହି ଡିଲ ପାଇଁ ୟୁରୋ ଗ୍ରହଣ କରିବାକୁ ଋଷିଆର ଭିଟିବି ବ୍ୟାଙ୍କ ରାଜି ହୋଇଛି । କେବଳ ଏସ-୪୦୦ ନୁହେଁ, ଭବିଷ୍ୟତରେ ଋଷିଆ ସହିତ ହେବାକୁ ଥିବା ଅନ୍ୟ ପ୍ରତିରକ୍ଷା ଡିଲର ପେମେଣ୍ଟ ମଧ୍ୟ ଏହିପରିଭାବେ ପ୍ରଦାନ କରାଯିବ ।
ଏହି ଚୁକ୍ତି ଅନୁସାରେ ପ୍ରଥମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର