ଜୟପୁର : ରାଫେଲ ବିମାନ ଆସିବା ପରେ ଭାରତର ଶକ୍ତି ଉଲ୍ଲେଖନୀୟଭାବେ ବଢିଯିବ ବୋଲି କହିଛନ୍ତି ବାୟୁସେନା ପ୍ରମୁଖ ଏସାର ଚିଫ ମାର୍ସାଲ ବିଏସ ଧାନୋଆ । ଟେକନଲୋଜୀ ଦ୍ଷ୍ଟିରୁ ଏହାର ତୁଳନା ନାହିଁ ବୋଲି ସେ କହିଛନ୍ତି ।
ଗତକାଲି ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନ ଗସ୍ତ କରିଥିଲେ ଏବଂ ଭାରତୀୟ ବାୟୁସେନା ତଥା ଋଷିୟାନ ଫେଡେରେସନ ଏୟାରଫୋର୍ସ ମଧ୍ୟରେ ଚାଲିଥିବା ଏକ୍ସ-ଆଭିଆଇନ୍ଦ୍ର ୨୦୧୮ରେ ଭାଗ ନେଉଥିବା ଯବାନଙ୍କ ସହିତ ଆଲୋଚନା କରିବା ଅବସରରେ ସେ ଏକଥା କହିଛନ୍ତି । ଋଷିଆ ଏବଂ ଭାରତୀୟ ବାୟୁସେନା ମଧ୍ୟରେ ଯୋଧପୁରରେ ଚାଲିଥିବା ସାମରିକ ଅଭ୍ୟାସ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆତଙ୍କବାଦ ସହିତ ମୁକାବିଲା କରିବାର ଉପାୟ ଉପରେ ଅଭ୍ୟାସ କରାଯାଉଛି । ଋଷ ବାୟୁସେନାର ୩୦ ବାୟୁକର୍ମୀ ଯୋଗ ଦେଇଥିଲେ । ସେମାନଙ୍କ ସହିତ ଯୁଦ୍ଧ ବିମାନ, ମାଲବାହୀ ବିମାନ ଏବଂ ହେଲିକପ୍ଟରର ପାଇଲଟ ମଧ୍ୟ ସାମିଲ ଅଛନ୍ତି । ଏହି ଅବସରରେ ବାୟୁସେନାର ଗରୁଡ କମାଣ୍ଡୋମାନେ ଆକାଶମାର୍ଗରୁ ଡେଇଁ ନିଜର ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ ।
#AviaIndra2018 : During the ongoing ex Aviaindra between IAF & RFASF, the IAF's Special Forces 'GARUD' undertook an airborne assault operation in an anti-terrorist scenario. The An-32 aircraft of IAF was piloted by a mix crew of IAF & RFASF.
Glimpses of the mission launch. pic.twitter.com/zHXh1ewuVD— Indian Air Force (@IAF_MCC) December 20, 2018
ବାୟୁସେନା ପ୍ରମୁଖଙ୍କୁ ଅଭ୍ୟାସର ବିଭିନ୍ନ ଚରଣ ଏବଂ ପ୍ରଗତି ବାବଦରେ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ବାୟୁ ସେନା ମୁଖ୍ୟ ଦୁଇ ଦେଶର ବାୟୁସେନା କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ଏକ୍ସ-ଆଭିଆଇନ୍ଦ୍ର ଭାରତ-ଋଷ ମଧ୍ୟରେ ସମ୍ପର୍କର ପରିଚାୟକ ଏବଂ ଏହାଦ୍ୱାରା ଦୁଇ ଦେଶର ବାୟୁସେନାଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବୁଝାମଣା ବିକଶିତ ହେବ ।