ଭାରତ ଋଷିଆ ମଧ୍ୟରେ ସ୍ୱାକ୍ଷରିତ ହେବ ଗୁରୁତ୍ୱପୂର୍ଣ୍ଣ ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ‘ଆରଏଲଏସଏ’, ଏହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୫ ତାରିଖରେ ଋଷିଆ ଗସ୍ତରେ ଯାଉଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ଦୁଇ ଦେଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଏହି ଚୁକ୍ତିର ନାଁ ରହିଛି ରେସିପ୍ରୋକାଲ ଲଜିଷ୍ଟିକ୍ସ ସପୋର୍ଟ ଆରେଞ୍ଜମେଣ୍ଟ( ଆରଏଲଏସଏ) । ସାଧାରଣତଃ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀମାନଙ୍କ ସହ ଏହି ଚୁକ୍ତି କରାଯାଇଥାଏ । ଏହି ଚୁକ୍ତି ଦ୍ୱାରା ଉଭୟ ଦେଶ ପରସ୍ପରର ମିଲିଟାରୀ ବେସ, ଏୟାରବେସ ଓ ବନ୍ଦରକୁ ବ୍ୟବହାର କରିପାରିବେ ।

ଭାରତ ଗତ ୨୦୧୬ ମସିହାରେ ଆମେରିକା ସହ ଏହି ଧରଣର ଏକ ମିଲିଟାରୀ ଲଜିଷ୍ଟିକ୍ସ ସହାୟତା ଚୁକ୍ତି (ଲେମୋଆ) କରିଥିଲା । ସେବେଠାରୁ ଋଷିଆ ଭାରତ ସହ ସମାନ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲା । ଗତ ବର୍ଷ ଋଷିଆ ଏହି ପ୍ରସ୍ତାବିତ ଚୁକ୍ତିର ଏକ ଚିଠା ପଠାଇଥିଲା । ଭାରତ ଏହି ପ୍ରସ୍ତାବରେ ରାଜି ହୋଇଥିଲା । ଆମେରିକା ସହ ଭାରତ କରିଥିବା ମିଲିଟାରୀ ଲଜିଷ୍ଟିକ୍ସ ଚୁକ୍ତି ପାଇଁ ଭାରତ ପ୍ରାୟ ୧୫ ବର୍ଷ ହେଲା ଉଦ୍ୟମ କରିଆସୁଥିଲା । ତେବେ ଋଷିଆ ସହିତ ଭାରତ ଏହି ଚୁକ୍ତି କଲେ ଆମେରିକାର ପ୍ରତିକ୍ରିୟା କଣ ରହିବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସମ୍ବନ୍ଧିତ ଖବର