ନୂଆଦିଲ୍ଳୀ: ଭାରତ ଓ ଋଷ୍ ମଧ୍ୟରେ ଗୁରୁବାର ୩ ବିଲିୟନ୍ ଡଲାରର ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଚୁକ୍ତି ମୁତାବକ ୩ ବିଲିୟନ୍ ଡଲାର ବିନିମୟରେ ରୁଷ୍ ଭାରତକୁ ଏକ ଆଣବିକ ଶକ୍ତିସଂପନ୍ନ ବୁଡ଼ାଜାହାଜ ବିକ୍ରି କରିବ। ଭାରତୀୟ ନୌସେନା ସହ ୧୦ ବର୍ଷ ପାଇଁ ଏହି ଚୁକ୍ତି ହୋଇଥିବା ସୂଚନା ରହିଛି। ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇ ଏହି ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷର ହୋଇଛି।
ପୂର୍ବରୁ ହୋଇଥିବା ଚୁକ୍ତି ମୁତାବକ ୨୦୨୫ ସୁଦ୍ଧା ରୁଷ୍ ଭାରତୀୟ ନୌସେନାକୁ ଚକ୍ର-୩ ନାମରେ ଏହି ଅତ୍ୟାଧୁନିକ ବୁଡ଼ାଜାହାଜ ଯୋଗାଇ ଦେବ । ଏହି ବୁଡ଼ାଜାହାଜଟି ହେବ ଭାରତୀୟ ନୌସେନାକୁ ରୁଷ୍ ଦେଉଥିବା ତୃତୀୟ ବୁଡ଼ାଜାହାଜ।
/sambad/media/post_attachments/wp-content/uploads/2019/03/767951-767415-539193-ins-arihant-300x171.jpg)
ଏହି ଚୁକ୍ତି ବିଷୟରେ ସୂଚନା ପାଇଁ କୁହାଯିବାରୁ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ପଚରା ଯାଇଥିବା ପ୍ରଶ୍ନକୁ ସଂପୂର୍ଣ୍ଣ ରୂପେ ଏଡ଼େଇ ଯାଇଛନ୍ତି। ଭାରତୀୟ ନୌସେନା ପୂର୍ବରୁ ଋୁଷ୍ଠାରୁୁ ୨ଟି ବୁଡ଼ାଜାହାଜ ଗ୍ରହଣ କରିସାରିିଛି।
ଭାରତୀୟ ନୌସେନାକୁ ରୁଷ୍ ଦେଇଥିବା ପ୍ରଥମ ବୁଡ଼ାଜାହାଜ ହେଉଛି ଆଇଏନ୍ଏସ୍ ଚକ୍ର, ଯାହାକି ୧୯୮୮ ମସିହାରେ ଭାରତକୁ ବିକିଥିଲା। ଦ୍ୱିତୀୟ ଆଇଏନ୍ଏସ୍ ଚକ୍ର ୧୦୧୨ ମସିହାରେ ୧୦ ବର୍ଷ ପାଇଁ ଭାରତକୁ ଚୁକ୍ତି ମୁତାବକ ମିଳିଛି। ଚକ୍ର-୨ ବୁଡ଼ାଜାହାଜର ଚୁକ୍ତି୨୦୨୨ ସୁଦ୍ଧା ସରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/indian-navy-akula-submarine_650x400_71476847213.jpg)