ଜୋହାନ୍ନେସ୍ବର୍ଗ: ଜୁଲାଇ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ୍ ଶିଖର ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି କହିଛନ୍ତି ଯେ ଭାରତ ଓ ରୁଷ୍ ମଧ୍ୟରେ ବନ୍ଧୁତା ସୁ-ଗଭୀର।
ଗତ ମେ ମାସରେ ରୁଷ୍ର କୃଷ୍ଣ ସାଗର ଉପକୂଳବର୍ତ୍ତୀ ସହରରେ ଅନଔପଚାରିକ ବୈଠକରେ ଆଲୋଚନା କରିଥିଲେ ମୋଦି ଓ ପୁଟିନ୍। ପରେ ଜୁନ୍ ମାସରେ ଚୀନ୍ର କିଙ୍ଗ୍ଡାଓ ଠାରେ ଅନୁଷ୍ଠିତ ସାଙ୍ଘାଇ କୋପରେସନ୍ ଅର୍ଗାନାଇଜେସନ୍ ସମିଟ୍ ଅବସରରେ ଉଭୟ ନେତାଙ୍କର ସାକ୍ଷାତ୍ ହୋଇଥିଲା।
ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି: ରାଷ୍ଟ୍ରପତି ପୁଟିନ୍ଙ୍କ ସହ ବ୍ୟାପକ ଓ ଫଳପ୍ରଦ ଆଲୋଚନା। ରୁଷ୍ ସହ ଭାରତର ବନ୍ଧୁତା ସୁ-ଗଭୀର ଏବଂ ଆମ ଦେଶ ବହୁ ବିଭାଗରେ ଏକତ୍ର କାମ କରିବ।
ଦ୍ୱିପାକ୍ଷିକ ପାରସ୍ପରିକ ସ୍ୱାର୍ଥ, ବିଶେଷକରି ବାଣିଜ୍ୟ, ବିନିଯୋଗ, ଶକ୍ତି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଦୁଇ ନେତା ଆଲୋଚନା କରିଥିବା କଥା ବୈଦେଶିକ ବ୍ୟାପାର ମୁଖପାତ୍ର ରବୀଶ କୁମାର ପରେ ଟୁଇଟ୍ କରି କହିଛନ୍ତି। ସ୍ଥାନୀୟ ସମୟ ମଧ୍ୟରାତ୍ରୀ ସମୟରେ ଦୁଇ ନେତାଙ୍କ ଆଲୋଚନା ଶେଷ ହୋଇଥିଲା ବୋଲି ସେ କହିଛନ୍ତି।
ଦୁଇଦିନିଆ ବ୍ରିକ୍ସ୍ ଶିଖରରେ ଅଂଶ ଗ୍ରହଣ କରିବାକୁ ବୁଧବାର ଦିନ ମୋଦି ଜୋହନ୍ନେସ୍ବର୍ଗରେ ପହଞ୍ଚିଛନ୍ତି। ଶିଖରର ଥିମ୍ ରହିଛି: ବ୍ରିକ୍ସ୍ ଇନ୍ ଆଫ୍ରିକା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/modi-putin.jpeg)