ଜୟପୁର: କିଛି ଦିନ ତଳେ ୨୧ବର୍ଷୀୟ ମୟଙ୍କ ପ୍ରତାପ ସିଂହଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏତେ କମ ବୟସରେ ସେ ସର୍ବକନିଷ୍ଠ ବିଚାରପତି ହେବାରେ ସଫଳ ହୋଇ ଇତିହାସ ରଚିଥିଲେ। ପୂର୍ବରୁ ଜୁଡିସିଆଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ୨୩ ଥିବା ବେଳେ ରାଜସ୍ଥାନ ହାଇକୋର୍ଟ ଏହାକୁ ଜାନୁଆରୀ ମାସରେ ୨୧ବର୍ଷକୁ ପରିବତ୍ତର୍ନ କରିଥିଲେ। ଯାହା ପରେ ମୟଙ୍କ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ କିଭଳି ସେ ଏତେ କମ ବୟସରେ ଏତେ ବଡ଼ ପରୀକ୍ଷାରେ ସଫଳ ହୋଇ ପାରିଛନ୍ତି, ସେ ରହସ୍ୟ ଉପ‌ରୁ ମୟଙ୍କ ପରଦା ଉଠାଇଛନ୍ତି। କୌଣସି କୋଚିଂ ସେଣ୍ଟର ନ ଯାଇ ଓ ଫେସବୁକ୍-ହ୍ବାଟସଆପ ବ୍ୟବହାର ନ କରି ସେ ଏହି ସଫଳତା ପାଇଥିବା କହିଛନ୍ତି।

Advertisment

Image result for india-s-youngest-judge-who-never-used-facebook-or-social-media Mumbai Mirror

ମୟଙ୍କଙ୍କ କହିବା ମୁତାବକ, ଆରମ୍ଭରୁ ମୁଁ ୬-୮ଘଣ୍ଟା ପଢ଼ିବା ଆରମ୍ଭ କରିଥିଲି। ପରେ କୌଣସି କୋଚିଂ ସେଣ୍ଟର‌ ନ ଯାଇ ମୁଁ ୧୨ଘଣ୍ଟା ପଢ଼ିବା ଆରମ୍ଭ କଲି। ମୁଁ ଓକିଲାତି ପାଠ ପଢ଼ା ଶେଷ କରିବା ପରେ ସଙ୍ଗେ ସଙ୍ଗେ ଜୁଡିସିଆଲ ସର୍ଭିସ ପାଇଁ ପରୀକ୍ଷା ଦେଇଥିଲି। ପରୀକ୍ଷା ପରେ ଭଲ ପ୍ରଦର୍ଶନ କରିବି ବୋଲି ମୁଁ ଆଶା କରିଥିଲି। କିନ୍ତୁ ରାଜ୍ୟରେ ଟପ୍ କରିବି ବୋଲି ମୁଁ କେବେ ଚିନ୍ତା ମଧ୍ୟ କରି ନଥିଲି। କଲେଜ ପାଠ୍ୟକ୍ରମ ସହ ମୋ ନିଜର ପରିଶ୍ରମ ଆଜି ମୋତେ ଏତେ ବଡ଼ ସଫଳତା ଦେଇଛି। ମୁଁ ଏ ପର୍ଯ୍ୟନ୍ତ ଫେସବୁକରେ ଆକାଉଣ୍ଟ କରି ନାହିଁ। ଏହା ସହ ପୂର୍ବରୁ ମୋର ଯେଉଁ ସବୁ ସୋସିିଆଲ ମିଡିଆ ଆକାଉଣ୍ଟ ଥିଲା, ତାକୁ ମୁଁ ପରୀକ୍ଷା ପ୍ରସ୍ତୁତି ସମୟରେ ବ୍ୟବହାର କରିବା ବନ୍ଦ କରି ଦେଇଥିଲି। କେବଳ ସୁପ୍ରିମକାର୍ଟ ରାୟ ବିଷୟରେ ବା କୌଣସି ନୂଆ ଆଇନ ବିଷୟରେ ଜାଣିବା ପାଇଁ ମୁଁ ଇଣ୍ଟରନେଟର ବ୍ୟବହାର କରୁୁଥିଲି। ସୋସିଆଲ ମିଡିଆରେ ନଥିବାରୁ ଅନେକ ସମୟରେ ମୋର ବନ୍ଧୁମାନେ ମୋତେ ପରିହାସ କରୁଥିଲେ ମଧ୍ୟ ପରେ ସେ ବୁଝି ଯାଇଥିଲେ।