ଓ୍ଵାସିଂଟନ: ଭାରତର ଚାରି ପଞ୍ଚମାଂଶରୁ ଅଧିକ ନାଗରିକ ସେମାନଙ୍କ ଗାଣତନ୍ତ୍ରିକ ସରକାର ଉପରେ ଭରସା ରଖିଛନ୍ତି। ଅପରପକ୍ଷେ, ଅଧାରୁ ଅଧିକ ଦେଶବାସୀ ମଧ୍ୟ ଭାରତରେ ସାମରିକ ଶାସନକୁ ମଧ୍ୟ ପସନ୍ଦ କରନ୍ତି ବୋଲି ଏକତ ସର୍ଭେରୁ ଜଣାଯାଇଛି। ଓ୍ଵାସିଂଟନ ସ୍ଥିତ ବିଶ୍ୱସ୍ତରୀୟ ପ୍ୟୁ ଗବେଷଣା କେନ୍ଦ୍ରର ଅନୁଧ୍ୟାନରୁ ଏଭଳି ଗବେଷଣାତ୍ମକ ତଥ୍ୟ ମିଳିଥିବା ଜଣାଯାଇଛି।
ନିକଟରେ ପ୍ୟୁ ପକ୍ଷରୁ ବିଶ୍ୱର ପ୍ରମୁଖ ଦେଶମାନଙ୍କରେ ଶାସନ ବ୍ୟବସ୍ଥା ଏବଂ ବିଶ୍ୱସନୀୟତା ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ଭାରତ ଭଳି ଦେଶରେ ଯେଉଁଠି ୨୦୧୨ ମସିହାରୁ ଅର୍ଥନୀତି ଶତକଡ଼ା ୬.୯ ହାରରେ ବୃଦ୍ଧି ପାଇ ଲାଗିଛି, ସେଠାରେ ୮୫ ପ୍ରତିଶତ ନାଗରିକ କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଛନ୍ତି। ଅପରପକ୍ଷେ, ଭାରତରେ ଦୀର୍ଘ ସାତ ଦଶନ୍ଧି ଧରି ଗଣତନ୍ତ୍ର ସଫଳତାର ସହିତ ବଜାୟ ରହିଥିବା ବେଳେ ଏହାର ୫୫ ପ୍ରତିଶତ ଦେଶବାସୀ ଏକଛତ୍ରବାଦ ଶାସନକୁ ମଧ୍ୟ ପସନ୍ଦ କରୁଥିବା ପ୍ୟୁର ସର୍ଭେକ୍ଷଣ ତଥ୍ୟ କହୁଛି।
ସେହିପରି ୨୭ ପ୍ରତିଶତ ଲୋକ ଏକ ଦୃଢ଼ ନେତାଙ୍କୁ ସେମାନଙ୍କର ହର୍ତ୍ତାକର୍ତ୍ତା ଭାବେ ଦେଖିବାକୁ ଚାହାନ୍ତି। ସେହିପରି ଏସିଆ-ପାସିଫିକ୍ ଦେଶଗୁଡ଼ିକ ମଧ୍ୟରେ କେବଳ ୩ଟି ଦେଶର ନାଗରିକମାନେ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେଉଛନ୍ତି। ସେମାନଙ୍କ ଭିତରେ ଭାରତ ମଧ୍ୟ ରହିଛି। ବିଶେଷ କରି ଭିଏତ୍ନାମର ୬୭% ନାଗରିକ, ଭାରତର ୬୫% ଏବଂ ଫିଲିପାଇନ୍ସର ୬୨% ଦେଶବାସୀ ସେମାନଙ୍କ ଶାସକ ଜଣେ ବୈଷୟିକ ଜ୍ଞାନକୌଶଳୀ ହୋଇଥିବା ଆଶା କରନ୍ତି। ଅପରପକ୍ଷେ, ଏ କ୍ଷେତ୍ରରେ ଅଷ୍ଟ୍ରେଲୀୟମାନଙ୍କ ଚିନ୍ତାଧାରା ଅଲଗା ଥିବା ଜଣାଯାଇଛି। ଜଣେ ବିଶେଷଜ୍ଞ ହାତରେ ଶାସନ ସମର୍ପିଦେବା ମଙ୍ଗଳଦାୟକ ନୁହେଁ ବୋଲି ୫୭% ଅଷ୍ଟ୍ରଲୀୟ ବିଚାର କରନ୍ତି।
ତେବେ ଏହି ସର୍ଭେକ୍ଷଣ ଅନୁଯାୟୀ, ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ ଅଧାରୁ ଅଧିକ ଅଧିବାସୀ ସାମରିକ ଶାସନ ସେମାନଙ୍କ ଦେଶ ପାଇଁ ଶୁଭ ଫଳ ଆଣିବ ବୋଲି ଆଶା କରନ୍ତି। ମାତ୍ର ବୟସ୍କ(୫୦ ବର୍ଷରୁ ଅଧିକ)ମାନେ ଏପରି ସାମରିକ ଶାସନକୁ ପସନ୍ଦ କରୁନାହାନ୍ତି। ସେମାନଙ୍କ ମତରେ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ଅଥବା ଗଣତନ୍ତ୍ରର ପଥପ୍ରଦର୍ଶକଙ୍କ ଉତ୍ତରାଧିକାରୀ ହିଁ ଶାସନ ଚଳାଇଲେ ଭୱଲ ହେବ ବୋଲି ପ୍ୟୁର ନିର୍ଯ୍ୟାସ କହୁଛି।
ଭାରତକୁ ସାମରିକ ଶାସନ ସୁହାଇବ!
୫୫% ଚାହାନ୍ତି ଏକଛତ୍ରବାଦୀ, ୨୭% ପସନ୍ଦ କରନ୍ତି ଦୃଢ଼ ନେତା
/sambad/media/post_attachments/wp-content/uploads/2017/10/army-story_647_072117092230.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)