କରୋନା ସଂକ୍ରମଣର ପ୍ରଭାବ: ଭାରତ ସହ ବିମାନ ଚଳାଚଳ ଉପରେ କଟକଣା ଲଗାଇଲା ସାଉଦି ଆରବ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ରହିଥିବାରୁ ସାଉଦି ଆରବ ଭାରତରୁ ଆସୁଥିବା ଏବଂ ଭାରତ ଯାଉଥିବା ବିମାନ ଚଳାଚଳ ଉପରେ କଟକଣା ଲଗାଇଛି। ସାଉଦି ଆରବ ବିମାନ ସେବା ପରିଚାଳନା କର୍ତ୍ତୃପକ୍ଷ ଏ ସଂକ୍ରାନ୍ତ ଘୋଷଣା କରିଛନ୍ତି। ସାଉଦି ଆରବର ସମସ୍ତ ବିମାନ ବନ୍ଦର, ବିମାନ ସେବା କମ୍ପାନି ଏବଂ ଚାର୍ଟର୍ଡ ଫ୍ଲାଇଟ୍‌ ସଂସ୍ଥାମାନଙ୍କୁ ଏ ସଂକ୍ରାନ୍ତରେ ସର୍କୁଲାର୍‌ ପଠାଯାଇଛି। ୟୁଏଇ ସରକାରଙ୍କ ନିୟମ ମୁତାବକ ଭାରତରୁ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୯୬ ଘଣ୍ଟା ଭିତରେ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ର ନେଗେଟିଭ୍‌ ସାର୍ଟିଫିକେଟ୍‌ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର