ଜାତିସଂଘରେ ଭାରତର କଡ଼ା ବାର୍ତ୍ତା, ନୂଆ ପାକିସ୍ତାନ ନୂଆ ପଦକ୍ଷେପ ଦେଖାଉ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ତଥାପି କୋହଳ ମନୋଭାବ ପୋଷଣ କରୁଥିବା ଅଭିଯୋଗ ଆଣି ଭାରତୀୟ ବୈଦେଶିକ ମନ୍ତ୍ରଣାଳର ମୁଖପାତ୍ର ରବୀଶ କୁମାର ଆଜି ଜାତିସଂଘରେ ପାକିସ୍ତାନ ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉକ୍ତିକୁ ଉଦ୍ଧାର କରି ରବୀଶ କୁମାର କହିଛନ୍ତି ଯେ ପାକିସ୍ତାନ ଯଦି ନିଜକୁ ନୂତନ ଚିନ୍ତାଧାରାର ନୂତନ ପାକିସ୍ତାନ ବୋଲି ଦାବି କରୁଛି, ତେବେ ଆତଙ୍କବାଦୀ ସଂଗଠନ ଏବଂ ସୀମାପାର ଆତଙ୍କବାଦ ବିରୋଧରେ ନୂଆ କାର୍ଯ୍ୟାନୁଷ୍ଠାନ କରି ଦେଖାଇବା ଦରକାର। ସେହିପରି ଭାରତୀୟ ଦ୍ବିତୀୟ ବିମାକୁ ଖସାଇଥିବାର ଭିଡିଓ ରେକର୍ଡିଂ ରଖିଛି ବୋଲି ପାକିସ୍ତାନ କରିଥିବା ଦାବିର ସତ୍ୟତା ପ୍ରତିପାଦନ ପାଇଁ ତାହା ଦେଖାଉ ବୋଲି ରବୀଶ କୁମାର ଦାବି କରିଛନ୍ତି। ପୁଲଵାମା ଆକ୍ରମଣ ପାଇଁ ଜୈସ୍-ଏ-ମହମ୍ମଦଜ ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିବା ପରିତାପର ବିଷୟ ବୋଲି ସେ କହିଛନ୍ତି। ଜୈସକୁ କାହିଁକି ପାକିସ୍ତାନ ଏପରି ଘଣ୍ଟ ଘୋଡ଼ାଇ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର