ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବିବାଦ ସୁଧୁରୁନଥିବା ବେଳେ ଭାରତ ମହାସାଗରରେ ଚୀନ୍ର ୩ଟି ବିଶାଳ ଯୁଦ୍ଧ ଜାହାଜ ପହଞ୍ଚିବା ପରେ ଏହାକୁ ନେଇ ସ୍ଥିତି ଜଟିଳ ହେଉଛି। ଅରୁଣାଚଳ ପ୍ରଦେଶ ଓ ଡୋକ୍ଲାମ୍ ଆଦି ଅଞ୍ଚଳରେ ଚୀନ୍ ଭାରତ ସୀମାରେ ପଶିବାକୁ ଉଦ୍ୟମ କରି ତୀବ୍ର ଉତ୍ତେଜନା ସୃଷ୍ଟି କରିଥିବା ବେଳେ ଏବେ ଭାରତ ମହାସାଗରରେ ଭାରତୀୟ ଜଳରାଶିରେ ୩ଟି ଯୁଦ୍ଧ ଜାହାଜ ପ୍ରବେଶ କରାଇ ଉତ୍ତେଜନା ବଢ଼ାଇଛି। ଭାରତୀୟ ସେନା ଏହି ଯୁଦ୍ଧପୋତର ପ୍ରବେଶକୁ ଭିନ୍ନ ଭାବରେ ସ୍ୱାଗତ ଜଣାଇଛି। ଭାରତୀୟ ସେନା ଟ୍ଵିଟ କରି କହିଛି ଯେ, ପିଏଲ୍ଏର ୨୯ତମ ଜଳଦସ୍ୟୁ ମୁକାବିଲା ବାହିନୀର ତିନି ଯୁଦ୍ଧପୋତକୁ ଆମେ ଜୋରଦାର ସ୍ୱାଗତ କରିବୁ । ଏଥିପାଇଁ ଆମେ ୨୪ ଘଣ୍ଟା ତୟାର ରହିଛୁ ବୋଲି ନୌସେନା ପକ୍ଷରୁ ଟ୍ଵିଟ୍ କରି କୁହାଯାଇଛି। ଭାରତୀୟ ସେନାର ଏହି ପ୍ରତିକ୍ରିୟାରେ ଚୀନ୍ ଏହି ପ୍ରସଙ୍ଗରେ ତୁରନ୍ତ ସଫେଇ ଦେଇ କହିଛି ଯେ, ଭାରତ ମହାସାଗର ଅଞ୍ଚଳରେ ଜଳଦସ୍ୟୁ ଥିବା ଖବର ପାଇ ଚୀନ୍ ଏହି ଯୁଦ୍ଧ ଜାହାଜ ପଠାଇଥିଲା। ତେବେ ଭାରତ ମହାସାଗର ଅଞ୍ଚଳରେ ଗବେଷଣା ଶିବିର ନିର୍ମାଣ କରାଯିବା ଲକ୍ଷ୍ୟ ନେଇ ଚୀନ୍ ଏଭଳି ଯୁଦ୍ଧପୋତ ପଠାଇଥିବା ଜଣାପଡ଼ିଛି। ନିଜ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନା ୨୪ ଘଣ୍ଟା ସଜାଗ ରହିଛି ଓ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ଭାରତର ଜବାବ ପରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟ ହଡ଼ବଡ଼େଇ ଯାଇଛି। ଭାରତ ମହାସାଗରରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର ଉଦ୍ୟମ କରୁଥିବାରୁ ଭାରତୀୟ ନୌସେନା ମଧ୍ୟ ତା’ର ସ୍ଥିତିକୁ ପୂର୍ବାପେକ୍ଷା ଅଧିକ ସୁଦୃଢ଼ କରିଛି। ନୌସେନାର ୫୦ଟି ଯୁଦ୍ଧ ଜାହାଜକୁ ସମସ୍ତ ପ୍ରସ୍ତୁତିର ସହ ଭାରତ ମହାସାଗରରେ ନିୟୋଜିତ କରାଯାଇଛି। ଗତ ଫ୍ରେବ୍ରୁଆରିରେ ନୌସେନା ମୁଖ୍ୟ ସୁନୀଲ ଲାମ୍ବା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଭାରତ ମହାସାଗରରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା ଚଳାଇଛି। ଭାରତର ଶକ୍ତି କ’ଣ ତାହା ଚୀନ୍ ଭଲ ଭାବେ ଜାଣିଛି, ତେବେ ଏହା ସତ୍ତ୍ୱେ ଅସ୍ଥିରତା ପାଇଁ ଉଦ୍ୟମ କରୁଛି ବୋଲି ସେ କହିଥିଲେ।
ଜଳଭାଗରେ ବି ଚୀନ୍ର ଦାଦାଗିରି: ଭାରତ ମହାସାଗରରେ ୩ ଯୁଦ୍ଧ ଜାହାଜ
ଭାରତର ଜବାବ: ଆମେ ୨୪ ଘଣ୍ଟା ତୟାର
/sambad/media/post_attachments/wp-content/uploads/2018/04/chinanavy-kaRB-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)