ଆଡିଲେଡ୍ : ଆଡିଲେଡ୍ ଟେଷ୍ଟର ଦ୍ବିତୀୟ ଦନ ଖେଳ ଶେଷସୁଦ୍ଧା ଭାରତ ନିଜର ୨ୟ ଇନିଂସରେ ୫ ଓ୍ବିକେଟ ହରାଇ ୧୨୫ ରନ କରିଛି । ଭାରତ ଏବେ ବି ଅଷ୍ଟ୍ରେଲିଆଠାରୁ ୨୯ ରନରେ ପଛୁଆ ରହିଛି ଓ ଦଳର ଅଧିକାଂଶ ଆଗଧାଡ଼ିର ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଯାଇଥିବାରୁ ଦଳ ଏକ ନିଶ୍ଚିତ ପରାଜୟ ଅଭିମୁଖେ ଗତି କରୁଛି । ତେବେ ଭାରତ ପକ୍ଷରୁ ଏବେ ବି କ୍ରିଜରେ ଋଷଭ ପନ୍ତ ଓ ନୀତୀଶ ରେଡ୍ଡି ଅଛନ୍ତି । ୩ୟ ଦିନରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ ଭାରତ ଏକ ବଡ଼ ଇନିଂସ ଆଶା କରିବ ଓ ପରାଜୟ ଏଡାଇବାକୁ ଚାହିଁବ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସ ୩୩୭ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୫୭ ରନର ଅଗ୍ରଣୀ ହାସଲ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ ହେଡ ଦ୍ରୁତ ରନ୍ କରି ୧୪୦ ରନ୍ କରିଥିଲେ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସ ୩୩୭ ରନରେ ଅଲଆଉଟ ହୋଇଯାଇଥିଲା । ଏହା ସହିତ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୫୭ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ ହେଡ ଦ୍ରୁତ ରନ୍ କରି ୧୪୦ ରନ୍ କରିଥିଲେ। ଅଷ୍ଟ୍ରେଲିଆ ଦଳର ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ମହମ୍ମଦ ସିରାଜ ୪ଟି ୱିକେଟ୍ ନେଇଥିଲେ। ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜର ୨ୟ ଇନିଂସରେ ୧ ଓ୍ବିକେଟ ହରାଇ ୨୪ ରନ କରିଛି । କେ.ଏଲ. ରାହୁଲ ମାତ୍ର ୭ ରନ କରି ଆଉଟ ହୋଇଛନ୍ତି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୧୮୦ ରନ କରି ଅଲଆଉଟ ହୋଇଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/07/m7zzCdCy0Uxww0jAx1sf.jpg)