ଏବର୍ଷ ପ୍ରାକ୍‌ ମୌସୁମୀ ବର୍ଷା କମ ହୋଇଛି, ଗତ ୬୫ ବର୍ଷ ମଧ୍ୟରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଏତେ କମ ବର୍ଷା ହୋଇନଥିଲା: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦୀର୍ଘ ୬୫ ବର୍ଷ ପରେ ପୁଣି ଫେରିଛି ଶୁଖିଲା ପାଗ। ପ୍ରାକ ମୌସୁମୀ ବର୍ଷା ଚଳିତ ବର୍ଷ କମ ବର୍ଷିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ୧୯୫୪ ମସିହାରେ ଶେଷ ଥର ପାଇଁ ପ୍ରାକ ମୌସୁମୀ ସମୟ ଅବଧି ଭିତରେ ସବୁଠୁ କମ ୯୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଚଳିତବର୍ଷ ପ୍ରାକ ମୌସୁମୀ ଅର୍ଥାତ ମାର୍ଚ୍ଚରୁ ମେ ମାସ ଭିତରେ ମାତ୍ର ୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରାକ ମୌସୁମୀ ବର୍ଷା, କୃଷି ପାଇଁ ଅନୁକୁଳ ବାତାରଣ ସୃଷ୍ଟି କରିଥାଏ। ମାଟି ଓଦା ରହିଲେ ଭୂତଳ ଜଳର ପରିମାଣ ସନ୍ତୁଳିତ ହୋଇଥାଏ। ଯାହା କୃଷି କାର୍ଯ୍ୟକୁ ସୁହାଇଥାଏ। ମହାରାଷ୍ଟ୍ରର ବିଦ୍ଧର୍ଭ, ମରାଠବାଡା, ଗୁଜରାଟର ସୁରଟ ଓ କଚ୍ଛ, ଗୋଆର କୋଙ୍କଣ ସହ ତାମିଲନାଡୁ, ପୁଡୁଚେରୀ ଓ କର୍ଣ୍ଣାଟକ ଉପକୂଳରେ ସବୁଠାରୁ କମ ବର୍ଷା ରେକର୍ଡ କରାଯାଇଛି। ସେପଟେ ଜମ୍ମୁ-କାଶ୍ମର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତେଲାଙ୍ଗାନାରେ କମ ପ୍ରାକ ମୌସୁମୀ ବର୍ଷା ହୋଇଥିଲେ ମଧ୍ୟ ମହାରାଷ୍ଟ୍ର ଓ ଗୁଜରାଟ ତୁଳନାରେ ସାମାନ୍ୟ ଅଧିକ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର