ଦେଶରେ କୋଭିଡ୍-୧୯ ସଂକ୍ରମଣର ଆଉ ଏକ ରେକର୍ଡ- ଦିନକରେ ୩୪, ୯୫୬ ନୂଆ ସଂକ୍ରମଣ; ୬୮୭ ମୃତ୍ୟୁ

ନୂଆଦିଲ୍ଲୀ: ଜୁଲାଇ ୧୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୦୦୩୮୩୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୩୫୭୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୫୬୦୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୪, ୯୫୬  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୪୭୩ ରହିଛି। ୨୪ ଘଣ୍ଟାରେ ୬୮୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୯୨ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୪୮ ଜଣ, ବିହାରରେ ୧୯୭ ଜଣ, ଚଣ୍ଡିଗଡ଼ରେ ୧୧ ଜଣ, ଛତିଶଗଡ଼ରେ ୨୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୫୪୫ ଜଣ, ଗୋଆରେ ୧୯ ଜଣ, ଗୁଜରାଟରେ ୨୦୮୯ ଜଣ, ହରିୟାଣାରେ ୩୨୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୨୨ ଜଣ, ଝାଡ଼ଖଣ୍ଡରେ ୪୨ ଜଣ, କର୍ଣ୍ଣାଟକରେ ୧୦୩୨ ଜଣ, କେରଳରେ ୩୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୮୯ ଜଣ, ମହାରାଷ୍ଟ୍ରରେ ୧୧୧୯୪ ଜଣ, ମେଘାଳୟରେ ୨ ଜଣ, ଓଡ଼ିଶାରେ ୭୯ ଜଣ, ପୁଦ୍ଦୁଚେରୀରେ ୨୨ ଜଣ, ପଞ୍ଜାବରେ ୨୩୦ ଜଣ, ରାଜସ୍ଥାନରେ ୫୩୮ ଜଣ, ତାମିଲନାଡୁରେ ୨୨୩୬ ଜଣ, ତେଲେଙ୍ଗାନାରେ ୩୯୬ ଜଣ, ତ୍ରିପୁରାରେ ୩ ଜଣ, ଉତ୍ତରାଖଣ୍ଡରେ ୫୦ ଜଣ, ଉତ୍ତରପ୍ରଦେଶରେ ୧୦୪୬ ଜଣ ଏବଂ ପଶ୍ଚମବଙ୍ଗରେ ୧୦୨୩ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୮୦), ଆନ୍ଧ୍ରପ୍ରଦେଶ (୩୮୦୪୪), ଅରୁଣାଚଳ ପ୍ରଦେଶ (୫୪୩), ଆସାମ (୧୯୭୫୪), ବିହାର (୨୧୭୬୪), ଚଣ୍ଡିଗଡ଼ (୬୫୧), ଛତିଶଗଡ଼ (୪୭୩୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୫୫୨), ଦିଲ୍ଲୀ (୧୧୮୬୪୫), ଗୋଆ (୩୧୦୮), ଗୁଜରାଟ (୪୫୪୮୧), ହରିୟାଣା (୨୪୦୦୨), ହିମାଚଳ ପ୍ରଦେଶ (୧୩୭୭), ଜମ୍ମୁ ଓ କଶ୍ମୀର (୧୨୧୫୬), ଝାଡ଼ଖଣ୍ଡ (୪୬୨୪) କର୍ଣ୍ଣାଟକ (୫୧୪୨୨), କେରଳ (୧୦୨୭୫), ଲଦାଖ (୧୧୪୭), ମଧ୍ୟପ୍ରଦେଶ (୨୦୩୭୮), ମହାରାଷ୍ଟ୍ର (୨୮୪୨୮୧), ମଣିପୁର (୧୭୬୪), ମେଘାଳୟ (୩୭୭), ମିଜୋରାମ (୨୭୨), ନାଗାଲାଣ୍ଡ (୯୧୬),  ଓଡ଼ିଶା (୧୫୩୯୨), ପୁଦ୍ଦୁଚେରୀ (୧୭୪୩), ପଞ୍ଜାବ (୯୦୯୪), ରାଜସ୍ଥାନ (୨୭୧୭୪), ସିକିମ୍ (୨୪୩), ତାମିଲନାଡୁ (୧୫୬୩୬୯), ତେଲେଙ୍ଗାନା (୪୧୦୧୮), ତ୍ରିପୁରା (୨୨୮୩), ଉତ୍ତରାଖଣ୍ଡ (୩୯୮୨), ଉତ୍ତରପ୍ରଦେଶ (୪୩୪୪୧) ଓ ପଶ୍ଚିମବଙ୍ଗ (୩୬୧୧୭) ।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୩୩), ଆନ୍ଧ୍ରପ୍ରଦେଶ (୧୯୩୯୩), ଅରୁଣାଚଳ ପ୍ରଦେଶ (୧୫୩), ଆସାମ (୧୨୮୮୮), ବିହାର (୧୪୦୧୮), ଚଣ୍ଡିଗଡ଼ (୪୭୬), ଛତିଶଗଡ଼ (୩୪୫୧), ଦାଦର ନଗର ହାୱେଲି (୩୭୧), ଦିଲ୍ଲୀ (୯୭୬୯୩), ଗୋଆ (୧୮୧୭), ଗୁଜରାଟ (୩୨୧୦୩), ହରିୟାଣା (୧୮୧୮୫), ହିମାଚଳ ପ୍ରଦେଶ (୯୮୪), ଜମ୍ମୁ ଓ କଶ୍ମୀର (୬୪୪୬), ଝାଡ଼ଖଣ୍ଡ (୨୫୧୩), କର୍ଣ୍ଣାଟକ (୧୯୭୨୯), କେରଳ (୪୮୬୨), ଲଦାଖ (୯୭୦), ମଧ୍ୟପ୍ରଦେଶ (୧୪୧୨୭), ମହାରାଷ୍ଟ୍ର (୧୫୮୧୪୦), ମଣିପୁର (୧୧୨୯), ମେଘାଳୟ (୬୬), ମିଜୋରାମ (୧୬୦) ନାଗାଲାଣ୍ଡ୍ (୩୯୧), ଓଡ଼ିଶା (୧୦୮୭୭), ପୁଦ୍ଦୁଚେରୀ (୯୪୭), ପଞ୍ଜାବ (୬୨୭୭), ରାଜସ୍ଥାନ (୧୯୯୭୦), ସିକିମ୍ (୮୮), ତାମିଲନାଡୁ (୧୦୭୪୧୬), ତେଲେଙ୍ଗାନା (୨୭୨୯୫), ତ୍ରିପୁରା (୧୬୦୪), ଉତ୍ତରାଖଣ୍ଡ (୨୯୯୫), ଉତ୍ତରପ୍ରଦେଶ (୨୬୬୭୫) ଓ ପଶ୍ଚିମବଙ୍ଗ (୨୧୪୧୫) ।

 

 

ସମ୍ବନ୍ଧିତ ଖବର