ଦେଶରେ କୋଭିଡ୍-୧୯ ସଂକ୍ରମଣ: ଦିନକରେ ୪୮, ୫୧୩ ନୂଆ ସଂକ୍ରମଣ ଓ ୭୬୮ ମୃତ୍ୟୁ

ନୂଆଦିଲ୍ଲୀ: ଜୁଲାଇ ୨୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୫୩୧, ୬୬୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮୦୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୪୧୯୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮, ୫୧୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୪୪୭ ରହିଛି। ୨୪ ଘଣ୍ଟାରେ ୭୬୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Image Courtesy of Hindustan Times

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧ ଜଣ, ଆନ୍ଧ୍ରପ୍ରଦେଶରେ ୧୧୪୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୮୮ ଜଣ, ବିହାରରେ ୨୬୯ ଜଣ, ଚଣ୍ଡିଗଡ଼ରେ ୧୪ ଜଣ, ଛତିଶଗଡ଼ରେ ୪୬ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୮୮୧ ଜଣ, ଗୋଆରେ ୩୬ ଜଣ, ଗୁଜରାଟରେ ୨୩୭୨ ଜଣ, ହରିୟାଣାରେ ୪୦୬ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୩୩ ଜଣ, ଝାଡ଼ଖଣ୍ଡରେ ୮୯ ଜଣ, କର୍ଣ୍ଣାଟକରେ ୨୦୫୫ ଜଣ, କେରଳରେ ୬୭ ଜଣ, ଲଦାଖରେ ୬ ଜଣ, ମଧ୍ୟପ୍ରଦେଶରେ ୮୩୦ ଜଣ, ମହାରାଷ୍ଟ୍ରରେ ୧୪୧୬୫ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୫୪ ଜଣ, ପୁଦ୍ଦୁଚେରୀରେ ୪୭ ଜଣ, ପଞ୍ଜାବରେ ୩୩୬ ଜଣ, ରାଜସ୍ଥାନରେ ୬୪୪ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୬୫୯ ଜଣ, ତେଲେଙ୍ଗାନାରେ ୪୮୦ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୦ ଜଣ, ଉତ୍ତରପ୍ରଦେଶରେ ୧୪୯୭ ଜଣ ଏବଂ ପଶ୍ଚମବଙ୍ଗରେ ୧୪୪୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬୬), ଆନ୍ଧ୍ରପ୍ରଦେଶ (୫୬୫୨୭), ଅରୁଣାଚଳ ପ୍ରଦେଶ (୭୧୦), ଆସାମ (୮୨୪୧), ବିହାର (୧୪୭୧୮), ଚଣ୍ଡିଗଡ଼ (୩୨୧), ଛତିଶଗଡ଼ (୨୭୭୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୩୮୪), ଦିଲ୍ଲୀ (୧୦୮୮୭), ଗୋଆ (୧୬୫୬), ଗୁଜରାଟ (୧୩୧୯୮), ହରିୟାଣା (୬୭୧୨), ହିମାଚଳ ପ୍ରଦେଶ (୧୦୮୨), ଜମ୍ମୁ ଓ କଶ୍ମୀର (୭୬୬୧), ଝାଡ଼ଖଣ୍ଡ (୫୧୨୧) କର୍ଣ୍ଣାଟକ (୬୪୪୪୨), କେରଳ (୧୦୧୦୩), ଲଦାଖ (୨୫୪), ମଧ୍ୟପ୍ରଦେଶ (୮୦୪୪), ମହାରାଷ୍ଟ୍ର (୧୪୪୯୯୮), ମଣିପୁର (୭୦୫), ମେଘାଳୟ (୫୮୦), ମିଜୋରାମ (୧୮୬), ନାଗାଲାଣ୍ଡ (୮୭୮),  ଓଡ଼ିଶା (୯୮୯୨), ପୁଦ୍ଦୁଚେରୀ (୧୧୮୨), ପଞ୍ଜାବ (୪୨୯୦), ରାଜସ୍ଥାନ (୧୦୬୬୮), ସିକିମ୍ (୩୯୨), ତାମିଲନାଡୁ (୫୭୦୭୩), ତେଲେଙ୍ଗାନା (୧୩୭୫୩), ତ୍ରିପୁରା (୧୬୨୭), ଉତ୍ତରାଖଣ୍ଡ (୨୭୯୭), ଉତ୍ତରପ୍ରଦେଶ (୨୭୯୩୪) ଓ ପଶ୍ଚିମବଙ୍ଗ (୧୯୪୯୩) ।

Image Courtesy of Firstpost

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୯୬), ଆନ୍ଧ୍ରପ୍ରଦେଶ (୫୨୬୨୨), ଅରୁଣାଚଳ ପ୍ରଦେଶ (୬୧୭), ଆସାମ (୨୬୬୧୮), ବିହାର (୨୮୮୫୬), ଚଣ୍ଡିଗଡ଼ (୫୯୯), ଛତିଶଗଡ଼ (୫୪୩୯), ଦାଦର ନଗର ହାୱେଲି (୫୯୬), ଦିଲ୍ଲୀ (୧୧୭୫୦୭), ଗୋଆ (୩୫୯୫), ଗୁଜରାଟ (୪୨୪୧୨), ହରିୟାଣା (୨୫୭୫୮), ହିମାଚଳ ପ୍ରଦେଶ (୧୨୩୪), ଜମ୍ମୁ ଓ କଶ୍ମୀର (୧୦୮୮୫), ଝାଡ଼ଖଣ୍ଡ (୩୮୬୮), କର୍ଣ୍ଣାଟକ (୪୦୫୦୪), କେରଳ (୧୦୭୨୪), ଲଦାଖ (୧୦୬୭), ମଧ୍ୟପ୍ରଦେଶ (୨୦୩୪୩), ମହାରାଷ୍ଟ୍ର (୨୩୨୨୭୭), ମଣିପୁର (୧୬୧୨), ମେଘାଳୟ (୧୯୪), ମିଜୋରାମ (୧୯୮) ନାଗାଲାଣ୍ଡ୍ (୫୭୭), ଓଡ଼ିଶା (୧୮୦୬୧), ପୁଦ୍ଦୁଚେରୀ (୧୭୮୨), ପଞ୍ଜାବ (୯୭୫୨), ରାଜସ୍ଥାନ (୨୭୨୦୨), ସିକିମ୍ (୧୮୬), ତାମିଲନାଡୁ (୧୬୬୯୫୬), ତେଲେଙ୍ଗାନା (୪୨୯୦୯), ତ୍ରିପୁରା (୨୬୨୧), ଉତ୍ତରାଖଣ୍ଡ (୩୭୨୦), ଉତ୍ତରପ୍ରଦେଶ (୪୪୫୨୦) ଓ ପଶ୍ଚିମବଙ୍ଗ (୪୨୦୨୨) ।

ସମ୍ବନ୍ଧିତ ଖବର