ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୨. ୩ ନିୟୁତ ଟପିଲା: ଦିନକରେ ୬୦, ୯୬୩  ଆକ୍ରାନ୍ତ; ୮୩୪ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୧୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୩, ୨୯, ୬୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୩୯୫୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୬୦୯୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୬୦, ୯୬୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୩୯୪୮ ରହିଛି। ୨୪ ଘଣ୍ଟାରେ ୮୩୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୨୧ ଜଣ, ଆନ୍ଧ୍ରପ୍ରଦେଶରେ ୨୨୦୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୫୫ ଜଣ, ବିହାରରେ ୪୧୩ ଜଣ, ଚଣ୍ଡିଗଡ଼ରେ ୨୬ ଜଣ, ଛତିଶଗଡ଼ରେ ୧୦୪ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୧୩୯ ଜଣ, ଗୋଆରେ ୮୬ ଜଣ, ଗୁଜରାଟରେ ୨୬୯୫ ଜଣ, ହରିୟାଣାରେ ୫୦୦ ଜଣ, ହିମାଚଳ ପ୍ରଦେଶରେ ୧୮ ଜଣ, ଜମ୍ମୁ ଓ କଶ୍ମୀରରେ ୪୯୦ ଜଣ, ଝାଡ଼ଖଣ୍ଡରେ ୧୯୨ ଜଣ, କର୍ଣ୍ଣାଟକରେ ୩୩୯୮ ଜଣ, କେରଳରେ ୧୨୦ ଜଣ, ଲଦାଖରେ ୯ ଜଣ, ମଧ୍ୟପ୍ରଦେଶରେ ୧୦୩୩ ଜଣ, ମହାରାଷ୍ଟ୍ରରେ ୧୮୩୦୬ ଜଣ, ମଣିପୁରରେ ୧୨ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍‌ରେ ୮ ଜଣ, ଓଡ଼ିଶାରେ ୨୯୬ ଜଣ, ପୁଦ୍ଦୁଚେରୀରେ ୯୧ ଜଣ, ପଞ୍ଜାବରେ ୬୩୬ ଜଣ, ରାଜସ୍ଥାନରେ ୮୧୧ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୧୫୯ ଜଣ, ତେଲେଙ୍ଗାନାରେ ୬୫୪ ଜଣ, ତ୍ରିପୁରାରେ ୪୩ ଜଣ, ଉତ୍ତରାଖଣ୍ଡରେ ୧୩୬ ଜଣ, ଉତ୍ତରପ୍ରଦେଶରେ ୨୧୭୬ ଜଣ ଏବଂ ପଶ୍ଚମବଙ୍ଗରେ ୨୧୪୯ ଜଣ ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୯୯୪), ଆନ୍ଧ୍ରପ୍ରଦେଶ (୮୭୫୯୭), ଅରୁଣାଚଳ ପ୍ରଦେଶ (୬୯୦), ଆସାମ (୧୯୧୭୮), ବିହାର (୨୯୨୯୧), ଚଣ୍ଡିଗଡ଼ (୬୨୯), ଛତିଶଗଡ଼ (୩୫୮୬), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୪୨), ଦିଲ୍ଲୀ (୧୦୮୬୮), ଗୋଆ (୨୮୭୮), ଗୁଜରାଟ (୧୪୦୨୪), ହରିୟାଣା (୬୬୪୫), ହିମାଚଳ ପ୍ରଦେଶ (୧୨୦୬), ଜମ୍ମୁ ଓ କଶ୍ମୀର (୭୪୬୨), ଝାଡ଼ଖଣ୍ଡ (୮୬୫୮) କର୍ଣ୍ଣାଟକ (୭୯୬୧୪), କେରଳ (୧୨୭୭୦), ଲଦାଖ (୫୦୬), ମଧ୍ୟପ୍ରଦେଶ (୯୧୦୫), ମହାରାଷ୍ଟ୍ର (୧୪୮୮୬୦), ମଣିପୁର (୧୮୦୧), ମେଘାଳୟ (୬୨୧), ମିଜୋରାମ (୩୨୫), ନାଗାଲାଣ୍ଡ (୨୦୩୨),  ଓଡ଼ିଶା (୧୩୬୯୪), ପୁଦ୍ଦୁଚେରୀ (୨୨୭୭), ପଞ୍ଜାବ (୮୪୬୩), ରାଜସ୍ଥାନ (୧୩୬୭୭), ସିକିମ୍ (୩୭୮), ତାମିଲନାଡୁ (୫୨୮୧୦), ତେଲେଙ୍ଗାନା (୨୨୫୯୬), ତ୍ରିପୁରା (୧୬୦୧), ଉତ୍ତରାଖଣ୍ଡ (୩୮୨୬), ଉତ୍ତରପ୍ରଦେଶ (୪୮୯୯୮) ଓ ପଶ୍ଚିମବଙ୍ଗ (୬୪୩୯୪୮) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୪୯), ଆନ୍ଧ୍ରପ୍ରଦେଶ (୧୫୪୭୪୯), ଅରୁଣାଚଳ ପ୍ରଦେଶ (୧୬୩୪), ଆସାମ (୪୫୦୭୩), ବିହାର (୫୬୭୦୯), ଚଣ୍ଡିଗଡ଼ (୧୦୧୫), ଛତିଶଗଡ଼ (୯୨୩୯), ଦାଦର ନଗର ହାୱେଲି (୧୨୦୯), ଦିଲ୍ଲୀ (୧୩୨୩୮୪), ଗୋଆ (୬୪୮୦), ଗୁଜରାଟ (୫୬୪୪୪), ହରିୟାଣା (୩୬୦୮୨), ହିମାଚଳ ପ୍ରଦେଶ (୨୨୭୩), ଜମ୍ମୁ ଓ କଶ୍ମୀର (୧୭୯୭୯), ଝାଡ଼ଖଣ୍ଡ (୧୦୩୭୫), କର୍ଣ୍ଣାଟକ (୧୦୫୫୯୯), କେରଳ (୨୪୦୪୨), ଲଦାଖ (୧୨୫୫), ମଧ୍ୟପ୍ରଦେଶ (୩୦୫୯୬), ମହାରାଷ୍ଟ୍ର (୩୬୮୪୩୫), ମଣିପୁର (୨୧୨୮), ମେଘାଳୟ (୫୦୯), ମିଜୋରାମ (୩୨୩) ନାଗାଲାଣ୍ଡ୍ (୯୯୧), ଓଡ଼ିଶା (୩୪୮୦୬), ପୁଦ୍ଦୁଚେରୀ (୩୫୩୨), ପଞ୍ଜାବ (୧୬୭୯୦), ରାଜସ୍ଥାନ (୪୦୩୯୯), ସିକିମ୍ (୫୩୪), ତାମିଲନାଡୁ (୨୫୦୬୮୦), ତେଲେଙ୍ଗାନା (୬୧୨୯୪), ତ୍ରିପୁରା (୪୮୩୮), ଉତ୍ତରାଖଣ୍ଡ (୬୪୭୦), ଉତ୍ତରପ୍ରଦେଶ (୮୦୫୮୯) ଓ ପଶ୍ଚିମବଙ୍ଗ (୭୩୩୯୫) ।

 

 

ସମ୍ବନ୍ଧିତ ଖବର