ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୬୦୦୦ ଟପିଲା; ୨୪ ଘଣ୍ଟାରେ ୫, ୨୪୨ ସଙ୍କ୍ରମଣ

ନୂଆଦିଲ୍ଲୀ: ମେ ୧୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୯୬୧୬୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୦୨୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୦ ଜଣ, ଆସାମରେ ୨ ଜଣ, ବିହାରରେ ୮ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୦ ଜଣ, ଗୁଜରାଟରେ ୬୫୯ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୩ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୭ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୪୮ ଜଣ, ମହାରାଷ୍ଟ୍ରରେ ୧୧୯୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪ ଜଣ, ପୁଦ୍ଦୁଚେରୀରେ ୧ଜଣ ପଞ୍ଜାବରେ ୩୫ ଜଣ, ରାଜସ୍ଥାନରେ ୧୩୧ ଜଣ, ତାମିଲନାଡୁରେ ୭୮ ଜଣ, ତେଲେଙ୍ଗାନାରେ ୩୪ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୦୪ ଜଣ ଏବଂ ପଶ୍ଚମବଙ୍ଗରେ ୨୩୮ ଜଣ ।

Image Source: Zee News

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୪୦୭), ଅରୁଣାଚଳ ପ୍ରଦେଶ (୧), ଆସାମ (୧୦୧), ବିହାର (୧୨୬୨), ଚଣ୍ଡିଗଡ଼ (୧୯୧), ଛତିଶଗଡ଼ (୮୬), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୧୦୦୫୪), ଗୋଆ (୨୯), ଗୁଜରାଟ (୧୧୩୭୯), ହରିୟାଣା (୯୧୦), ହିମାଚଳ ପ୍ରଦେଶ (୮୦), ଜମ୍ମୁ ଓ କଶ୍ମୀର (୧୧୮୩), ଝାଡ଼ଖଣ୍ଡ (୨୨୩) କର୍ଣ୍ଣାଟକ (୧୧୪୭), କେରଳ (୬୦୧), ଲଦାଖ (୪୩), ମଧ୍ୟପ୍ରଦେଶ (୪୯୭୭), ମହାରାଷ୍ଟ୍ର (୩୩୦୫୩), ମଣିପୁର (୭), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୮୨୮), ପୁଦ୍ଦୁଚେରୀ (୧୩), ପଞ୍ଜାବ (୧୯୬୪), ରାଜସ୍ଥାନ (୫୨୦୨), ତାମିଲନାଡୁ (୧୧୨୨୪), ତେଲେଙ୍ଗାନା (୧୫୫୧), ତ୍ରିପୁରା (୧୬୭), ଉତ୍ତରାଖଣ୍ଡ (୯୨), ଉତ୍ତରପ୍ରଦେଶ (୪୨୫୯) ଓ ପଶ୍ଚିମବଙ୍ଗ (୨୬୭୭) ।

Image Source: The Economic Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୪୫୬), ଅରୁଣାଚଳ ପ୍ରଦେଶ (୧), ଆସାମ (୪୧), ବିହାର (୪୭୫), ଚଣ୍ଡିଗଡ଼ (୫୧), ଛତିଶଗଡ଼ (୫୯), ଦିଲ୍ଲୀ (୪୪୮୫), ଗୋଆ (୭), ଗୁଜରାଟ (୪୪୯୯), ହରିୟାଣା (୫୬୨), ହିମାଚଳ ପ୍ରଦେଶ (୪୪), ଜମ୍ମୁ ଓ କଶ୍ମୀର (୫୭୫), ଝାଡ଼ଖଣ୍ଡ (୧୧୩), କର୍ଣ୍ଣାଟକ (୫୦୯), କେରଳ (୪୯୭), ଲଦାଖ (୨୪), ମଧ୍ୟପ୍ରଦେଶ (୨୪୦୩), ମହାରାଷ୍ଟ୍ର (୭୬୮୮), ମଣିପୁର (୨), ମେଘାଳୟ (୧୧), ମିଜୋରାମ (୧) ଓଡ଼ିଶା (୨୨୦), ପୁଦ୍ଦୁଚେରୀ (୯), ପଞ୍ଜାବ (୧୩୩୬), ରାଜସ୍ଥାନ (୨୯୯୨), ତାମିଲନାଡୁ (୪୧୭୨), ତେଲେଙ୍ଗାନା (୯୯୨), ତ୍ରିପୁରା (୮୫), ଉତ୍ତରାଖଣ୍ଡ (୫୨), ଉତ୍ତରପ୍ରଦେଶ (୨୪୪୧) ଓ ପଶ୍ଚିମବଙ୍ଗ (୯୫୯) ।

 

ସମ୍ବନ୍ଧିତ ଖବର