ସାମାନ୍ୟ କମିଛି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା:  ଦିନକରେ ୩୭,୭୨୪  ସଂକ୍ରମଣ; ୬୪୮ ମୃତ୍ୟୁ

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୧୯୨୯୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩୦୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୨୮୭୩୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୩୭,୭୨୪  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧୧୩୩ ରହିଛି। ୨୪ ଘଣ୍ଟାରେ ୬୪୮ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭୫୮ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୬୯୦ ଜଣ, ଗୋଆରେ ୨୬ ଜଣ, ଗୁଜରାଟରେ ୨୧୯୬ ଜଣ, ହରିୟାଣାରେ ୩୬୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୬୩ ଜଣ, ଝାଡ଼ଖଣ୍ଡରେ ୫୫ ଜଣ, କର୍ଣ୍ଣାଟକରେ ୧୪୬୪ ଜଣ, କେରଳରେ ୪୪ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୫୬ ଜଣ, ମହାରାଷ୍ଟ୍ରରେ ୧୨୨୭୬ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୦୩ ଜଣ, ପୁଦ୍ଦୁଚେରୀରେ ୩୦ ଜଣ, ପଞ୍ଜାବରେ ୨୬୩ ଜଣ, ରାଜସ୍ଥାନରେ ୫୭୭ ଜଣ, ତାମିଲନାଡୁରେ ୨୬୨୬ ଜଣ, ତେଲେଙ୍ଗାନାରେ ୪୨୯ ଜଣ, ତ୍ରିପୁରାରେ ୮ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୨୨୯ ଜଣ ଏବଂ ପଶ୍ଚମବଙ୍ଗରେ ୧୧୮୨ ଜଣ ।

Image Courtesy of HT

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୧୨), ଆନ୍ଧ୍ରପ୍ରଦେଶ (୫୮୬୬୮), ଅରୁଣାଚଳ ପ୍ରଦେଶ (୫୫୮), ଆସାମ (୨୫୩୮୨), ବିହାର (୨୮୯୫୨), ଚଣ୍ଡିଗଡ଼ (୭୫୧), ଛତିଶଗଡ଼ (୫୭୨୯), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୭୦୫), ଦିଲ୍ଲୀ (୧୨୫୦୯୬), ଗୋଆ (୪୦୨୭), ଗୁଜରାଟ (୫୦୩୭୯), ହରିୟାଣା (୨୭୪୬୨), ହିମାଚଳ ପ୍ରଦେଶ (୧୬୬୪), ଜମ୍ମୁ ଓ କଶ୍ମୀର (୧୫୨୫୮), ଝାଡ଼ଖଣ୍ଡ (୬୧୫୯) କର୍ଣ୍ଣାଟକ (୭୧୦୬୯), କେରଳ (୧୩୯୯୪), ଲଦାଖ (୧୧୯୮), ମଧ୍ୟପ୍ରଦେଶ (୨୪୦୯୫), ମହାରାଷ୍ଟ୍ର (୩୨୭୦୩୧), ମଣିପୁର (୨୦୧୫), ମେଘାଳୟ (୪୯୦), ମିଜୋରାମ (୩୧୭), ନାଗାଲାଣ୍ଡ (୧୦୩୦),  ଓଡ଼ିଶା (୧୮୭୫୭), ପୁଦ୍ଦୁଚେରୀ (୨୧୭୯), ପଞ୍ଜାବ (୧୦୮୮୯), ରାଜସ୍ଥାନ (୩୧୩୭୩), ସିକିମ୍ (୩୩୦), ତାମିଲନାଡୁ (୧୮୦୬୪୩), ତେଲେଙ୍ଗାନା (୪୭୭୦୫), ତ୍ରିପୁରା (୩୩୩୧), ଉତ୍ତରାଖଣ୍ଡ (୪୮୪୯), ଉତ୍ତରପ୍ରଦେଶ (୫୩୨୮୮) ଓ ପଶ୍ଚିମବଙ୍ଗ (୪୭୦୩୦) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୫୯), ଆନ୍ଧ୍ରପ୍ରଦେଶ (୨୫୫୭୪), ଅରୁଣାଚଳ ପ୍ରଦେଶ (୩୦୩), ଆସାମ (୧୮୦୩୩), ବିହାର (୧୮୫୧୫), ଚଣ୍ଡିଗଡ଼ (୫୧୮), ଛତିଶଗଡ଼ (୪୧୧୪), ଦାଦର ନଗର ହାୱେଲି (୪୬୩), ଦିଲ୍ଲୀ (୧୦୬୧୧୮), ଗୋଆ (୨୪୪୯), ଗୁଜରାଟ (୩୬୪୨୩), ହରିୟାଣା (୨୦୯୫୨), ହିମାଚଳ ପ୍ରଦେଶ (୧୦୭୭), ଜମ୍ମୁ ଓ କଶ୍ମୀର (୮୪୫୫), ଝାଡ଼ଖଣ୍ଡ (୨୯୦୪), କର୍ଣ୍ଣାଟକ (୨୫୪୫୯), କେରଳ (୫୮୯୦), ଲଦାଖ (୧୦୧୦), ମଧ୍ୟପ୍ରଦେଶ (୧୬୨୫୭), ମହାରାଷ୍ଟ୍ର (୧୮୨୨୧୭), ମଣିପୁର (୧୪୦୦), ମେଘାଳୟ (୭୦), ମିଜୋରାମ (୧୬୮) ନାଗାଲାଣ୍ଡ୍ (୪୮୫), ଓଡ଼ିଶା (୧୩୩୧୦), ପୁଦ୍ଦୁଚେରୀ (୧୩୧୮), ପଞ୍ଜାବ (୭୩୮୯), ରାଜସ୍ଥାନ (୨୨୭୪୪), ସିକିମ୍ (୧୦୮), ତାମିଲନାଡୁ (୧୨୬୬୭୦), ତେଲେଙ୍ଗାନା (୩୭୩୮୫), ତ୍ରିପୁରା (୧୯୨୬), ଉତ୍ତରାଖଣ୍ଡ (୩୨୯୭), ଉତ୍ତରପ୍ରଦେଶ (୩୧୮୫୫) ଓ ପଶ୍ଚିମବଙ୍ଗ (୨୮୦୩୫) ।

 

 

 

ସମ୍ବନ୍ଧିତ ଖବର