ଇଣ୍ଡୋନେସିଆ ସୁନାମୀ ମୃତ୍ୟୁସଂଖ୍ୟା ୧୪୦୦ ଟପିଲା, ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଆରମ୍ଭ କଲା ଅପରେସନ ସମୁଦ୍ର ମୈତ୍ରୀ

ନୂଆଦିଲ୍ଲୀ : ସୁନାମୀ ପ୍ରପୀଡିତ ଇଣ୍ଡୋନେସିଆରେ ସହାୟତା ପାଇଁ ଭାରତ ଏକ ଉଦ୍ଧାରକାରୀ ଦଳ ପଠାଇଛି । ଏଥିଲାଗି ଅପରେସନ ସମୁଦ୍ର ମୈତ୍ରୀ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି । ଅପରେସନ ମୈତ୍ରୀ ଅଧିନରେ ଇଣ୍ଡୋନେସିଆକୁ ଦୁଇଟି ବିମାନ ଓ ୩ଟି ନୌସେନା ଜାହଜରେ ରିଲିଫ ସାମଗ୍ରୀ ପଠାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ବୁଧବାର ଦିନ ସୂଚନା ଦେଇଛି । ପ୍ରଳୟଙ୍କରୀ ସୁନାମୀ ପରେ ଇଣ୍ଡୋନେସିଆ ଅନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଥିଲା । ଏହା ପରେ ଗତ ୧ ତାରିଖରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବା ପରେ ଭାରତ ସରକାର ସହାୟତା ପାଇଁ ଏହି ଅପରେସନ ଆରମ୍ଭ କରିଛନ୍ତି । ଇଣ୍ଡୋନେସିଆ ଯାଇଥିବା ଭାରତୀୟ ବାୟୁସେନାର ସି-୧୭ ବିମାନରେ ଏକ ଡାକ୍ତରୀ ଦଳ ଓ ଡାକ୍ତରୀ ଉପକରଣ ପଠାଯାଇଛି । ସେମାନେ ସେଠାରେ ଯାଇ ଏକ ଅସ୍ଥାୟୀ ମେଡିକାଲ ସ୍ଥାପନ କରିବେ । ଇଣ୍ଡୋନେସିଆରେ ହୋଇଥିବା ସୁନାମୀରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪୦୦ ଟପିଗଲାଣି ।

ସମ୍ବନ୍ଧିତ ଖବର