ଚୀନ ଉପରେ ଭରସା କରିହେବ ନାହିଁ ! ସୀମା ନିକଟକୁ ଯୁଦ୍ଧ ଟ୍ୟାଙ୍କ ପଠାଇଲା ଭାରତ ( ଭିଡିଓ ଦେଖନ୍ତୁ)

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିଲେ ମଧ୍ୟ ଚୀନ ସୀମାରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି । କେବଳ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ଉଭୟ ଦେଶର ସେନା ପଛକୁ ହଟିଥିଲେ ମଧ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ, ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟକୁ ଲାଗିଥିବା ସୀମାରେ ଚୀନ ନିଜର ସୈନ୍ୟବଳ ବଢାଇ ଥିବା ସୂଚନା ମିଳିଛି । ଏଥିସହ ଚୀନ ପକ୍ଷରୁ ସୀମାରେ ଅତ୍ୟାଧୁନିକ ହାଓ୍ଵିତଜର ତୋପ ମୁତୟନ କରିବାକୁ ଯୋଜନା ଚାଲିଛି ।  ଚୀନ ପକ୍ଷରୁ ବିଭିନ୍ନ ଧରଣର ସାମରିକ ଯାନ ଏସବୁ ଅଂଚଳରେ ନିୟ‌ୋଜିତ କରାଯାଇଛି ।

ସୀମାରେ ଚୀନ ସେନା ବା ପିଏଲଏର ରଣସଜ୍ଜାକୁ ତାଳ ଦେଇ ଭାରତ ମଧ୍ୟ ପଛକୁ ହଟିବାକୁ ଚାହୁଁନାହିଁ । ଭାରତ ପକ୍ଷରୁ ନିଜର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଟି-୯୦ଏମଏସ ଓ ଟି-୭୨ଏମ୧କୁ ଚୀନ ସୀମାରେ ମୁତୟନ କରାଯାଇଛି । ତେବେ କେଉଁ ଅଂଚଳରେ ଭାରତୀୟ ସେନା ଟ୍ୟାଙ୍କ ମୁତୟନ କରିଛି ତାହାକୁ ଗୁପ୍ତ ରଖାଯାଇଛି । ଏହା ସହିତ ଭାରତୀୟ ସେନା ପକ୍ଷରୁ ନିଜର ଦୁର୍ଦ୍ଧଷ ମାଉଣ୍ଟେନ ଷ୍ଟ୍ରାଇକ କୋର (ପାର୍ବତ୍ୟ ଲଢୁଆ ବାହିନୀ)ର ଯବାନ ମାନଙ୍କୁ ମୁତୟନ କରାଯାଉଛି । ଚୀନ ସହ ଆଲୋଚନା ଚାଲି ଥିଲେ ମଧ୍ୟ ଭାରତୀୟ ସେନା ଚୀନ ଉପରେ ସଂପୂର୍ଣ୍ଣ ଭରସା କରିପାରୁନାହିଁ । ଏଥିପାଇଁ ଚୀନ ସହ ତାଳଦେଇ ସୀମାରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି ଭାରତ ।

(ଭିଡିଓ ସୌଜନ୍ୟ : defence-bog.com)

ସମ୍ବନ୍ଧିତ ଖବର