ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୫୦ରନର ଲକ୍ଷ୍ୟ ରଖିଛି ଭାରତ ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ନିଜର ତାରକା ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଂକଟରେ ପଡ଼ିଥିଲା । ରୋହିତ ଶର୍ମା ୧୫, ଶୁଭମନ ଗିଲ୍ ୨ ଓ ବିରାଟ କୋହଲି ୧୧ ରନ କରି ଆଉଟ ହେବା ପରେ ଭାରତର ସ୍କୋର ୩୦/୩ ହୋଇଯାଇଥିଲା । ତେବେ ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖାଯାଇଥିଲା । ଆୟର ୭୯ ରନ ଓ ଅକ୍ଷର ୪୨ ରନ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ସେହିପରି କେଏଲ ରାହୁଲ ୨୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୪୯ ରନ କରିଥିଲା ।
ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ଘାତକ ବୋଲିଂର ପ୍ରଦର୍ଶନ କରିବା ସହ ୫ଟି ଓ୍ବିକେଟ ନେଇଥିଲେ । ସେହିପରି ରାଚିନ ରବୀନ୍ଦ୍ର, ଓ୍ବିଲିୟମ ଓରୁରକି, ମିଚେଲ ସାଣ୍ଟନର, କାଇଲ୍ ଜେମସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/02/pF3Svs4syMeFNIZ9WDPw.jpg)