ବିସ୍ଫୋରକ ସ୍ଥିତି : ପାକିସ୍ତାନର ଆକ୍ରମଣ ଉଦ୍ୟମ ଭୟଙ୍କର

ପାକ୍ କବ୍‌ଜାରେ ଭାରତୀୟ ମିଗ୍ ପାଇଲଟ୍, ତୁରନ୍ତ ଫେରାଇବାକୁ ଭାରତର ପରାମର୍ଶ

ତିନି ସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ପାକ୍ ଏଫ୍-୧୬ ବିମାନକୁ ଖସାଇଲା ଭାରତ
ଉତ୍ତର ଭାରତରେ ହାଇଆଲର୍ଟ ଜାରି, ପାକିସ୍ତାନ ଦେଇ ବନ୍ଦ ହେଲା ବିମାନ ସେବା

ନୂଆଦିଲ୍ଲୀ : ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତର କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନର ପାଲଟା ଆକ୍ରମଣ ଉଦ୍ୟମ ପରିସ୍ଥିିତିକୁ ବିସ୍ଫୋରକ କରିଦେଇଛି। ଦୁଇ ଦେଶର ସେନା ଯେପରି ମୁହାମୁହିଁ ଅବସ୍ଥାରେ ଅଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଯେକୌଣସି ମୁହୂର୍ତରେ ଯୁଦ୍ଧ ହୋଇଯାଇପାରେ। ତେବେ ଶାନ୍ତି ପାଇଁ ଆନ୍ତର୍ଜାତିକ ଚାପ ପଡ଼ୁଥିବା ବେଳେ ଭାରତୀୟ ଯୁଦ୍ଧ ବିମାନର ଜଣେ ପାଇଲଟଙ୍କୁ ଧରି ପାକିସ୍ତାନ ନିର୍ଯାତନା ଦେଉଥିବା ଖବର ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରି୍ୟା ପ୍ରକାଶ କରିବା ସହିତ ଏହି ପାଇଲଟଙ୍କ ପ୍ରତି ଅମାନବୀୟ ବ୍ୟବହାର ବନ୍ଦ କରିବ‌ା ଲାଗି ଦାବି କରିଛି। କେବଳ ଏତିକି ନୁହେଁ ପାଇଲଟଙ୍କୁ ନିରାପଦ ସହିତ ତୁରନ୍ତ ଭାରତକୁ ଫେରାଇ ଦେବାଲାଗି ଭାରତ ସରକାର ଆଜି ସନ୍ଧ୍ୟାରେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।

ଆଜି ସକାଳେ ପାକିସ୍ତାନର କେତେକ ଲଢ଼ୁଆ ବିମାନ ଏଫ୍‌-୧୬ ଭାରତୀୟ ସୀମା ଉଲ୍ଲଂଘନ କରି ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସଜାଗ ରହିଥିବ‌ା ଭାରତୀୟ ବାୟୁ ସେନା ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକୁ ଘଉଡ଼ାଇ ଦେଇଥିଲା। ପାକିସ୍ତାନର ଗୋଟିଏ ଏଫ-୧୬କୁ ମଧ୍ୟ ଖସାଇ ଦିଆଯାଇଥିଲା। ତେବେ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ବାୟୁସେନାର ମିଗ୍ ବିମାନ ପାକିସ୍ତାନ ସୀମ‌ାରେ ଖ୍‌ସି ପଡ଼ିଥିଲା। ଏହାର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା ଧରି ନିର୍ଯାତନା ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ଏଥିରେ ଭାରତ ସରକାର କ୍ଷୁବ୍ଧ ହୋଇ ପାକିସ୍ତାନର ଉପ ହାଇକମିସନରଙ୍କୁ ବୈଦେଶିକ ବିଭାଗକୁ ସମନ୍ କରିଥିଲେ। ଏହି ଘଟଣାର ଭାରତ ପ୍ରତିବାଦ ଜଣାଇବା ସହିତ ପାଇଲଟଙ୍କୁ ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ। ଜାତୀୟ ସୁରକ୍ଷା ପରାମର୍ଶାଦତା ଅଜତି ଡୋଭାଲ, ପ୍ରତିରକ୍ଷା ସଚିବ, ବୈଦେଶିକ ବିଭାଗ ସଚିବ ଏବଂ ଗୁଇନ୍ଦା ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

ଇତିମଧ୍ୟରେ ସମଗ୍ର ଉତ୍ତର ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳି ବିନିମୟ ଚାଲିଥିବାରୁ ସୀମାନ୍ତ ଅଞ୍ଚଳକୁ ଖାଲି କରାଯାଉଛି। ଇତିମଧ୍ୟ‌େରେ ଆଜି ଦିନରେ ଉତ୍ତର ଭାରତର ୮ଟି ବିମାନଘାଟୀକୁ ବନ୍ଦ କରି ଦିଆଯାଇଥିଲା। ଏଗୁଡ଼ିକ ହେ‌େଲ ଅମୃତସର, ପଠାନକୋଟ, ଜମ୍ମୁ, ଶ୍ରୀନଗର, ଲେହ, ସୀମଳା, କାଙ୍ଗରା ଏବଂ କୁଲ୍ଲୁ। ବିମାନ ଆକ୍ରମଣ ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିଲା। ତେବେ ଅପରାହ୍ନ ୩ଟା ପରେ ଏହି କଟକଣା ହଟାଇ ଦିଆଯାଇଥିଲା। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ଦିଲ୍ଲୀରୁ ପଶ୍ଚିମ ଦେଶ ଆଡ଼କୁ ଯାଉଥିବା ବିମାନ ସେବା ପ୍ରଭାବିତ ହୋଇଛି। ପାକିସ୍ତାନ ଦେଇ ବିମାନ ଚଳାଚଳକୁ ଭାରତ ବାତିଲ କରିଛି ଏବଂ କଶ୍ମୀରରେ ବାୟୁସୀମାକୁ ସିଲ୍‌ କରାଯାଇଛି।

ଏହାପୂର୍ବରୁ ଆଜି ସକାଳେ ଜମ୍ମୁ କଶ୍ମୀରରେ ଭାରତର ସାମରିକ ପ୍ରତିଷ୍ଠାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ ଉଦ୍ୟମକୁ ନେଇ ସାନି ଉତ୍ତେଜନା ଦେଖାଦେଇଥିଲା। ସର୍ବାଧିକ ସତର୍କ ରହିଥିବା ଭାରତୀୟ ବାୟୁସେନା ପାକ୍‌ ବାୟୁସେନାର ଏକ ଏଫ୍‌-୧୬ ଯୁଦ୍ଧ ବିମାନକୁ ଗୁଳିକରି ଖସାଇ ଦେଇଛି ଏବଂ ଅନ୍ୟ ଏକ ବିମାନ ତୁରନ୍ତ ତା’ର ଗତିପଥ ବଦଳାଇ ଫେରିଯିବାକୁ ବାଧ୍ୟ ହୋଇଛି। ପାକ୍‌ ବିମାନ ଭାରତୀୟ ବାୟୁସୀମାରେ ପଶିବା ମାତ୍ରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରକ୍ରିୟାରେ ଭାରତର ଜଣେ ପାଇଲଟ୍‌ ନିଖୋଜ ହୋଇଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ବାୟୁସେନା ଆଜି ପୁଂଚ ଏବଂ ନୌସେରା ସେକ୍ଟରରେ ଆକ୍ରମଣ

ବର୍ବର ଆଚରଣ

ପାକିସ୍ତାନ ସେନା କବଳରେ ପଡ଼ିଥିବା ଭାରତୀୟ ବାୟୁସେନାର ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଅକ୍ଷତ ଅବସ୍ଥାରେ ଛାଡ଼ିବା ପାଇଁ ଭାରତ ଦାବି ଜଣାଇଛି। ଆହତ ଅଭିନନ୍ଦନଙ୍କ ବୀଭତ୍ସ ଫଟୋକୁ ପାକିସ୍ତାନ କର୍ତ୍ତୃପକ୍ଷ ଗଣମାଧ୍ୟମରେ ଛାଡ଼ିବା ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାଦ୍ବାରା ପାକିସ୍ତାନ ଆନ୍ତର୍ଜାତିକ ମାନବିକ ଅଧିକାରଆଇନ ଏବଂ ଜେନେଭା ଘୋଷଣାନାମାର ଉଲ୍ଲଂଘନ କରିଛି ବୋଲି ଭାରତ ବୈଦେଶିକ ମନ୍ତ୍ରାଳୟ କହିଛି। ଭାରତୀୟ ଆକାଶ ସୀମା ଲଙ୍ଘି ଆସିଥିବା ପାକିସ୍ତାନ ବିମାନର ପ୍ରତିରୋଧ ପାଇଁ ନିୟୋଜିତ ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବିମାନକୁ ପାକ୍ ସେନା ଖସାଇଦେବା ସହ ତାଙ୍କୁ ନିଜ କବଜାରେ ରଖିଛି। ପାକିସ୍ତାନ ସେନା ଏହାକୁ ସ୍ପଷ୍ଟ କରିବା ପାଇଁ ଅଭିନନ୍ଦନଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେ ନିଜ ପଦବି ଓ ପରିଚୟ ନମ୍ବର ଆଦି ସ୍ବୀକାର କରୁଥିବାର ଭିଡିଓ ଛାଡ଼ିଛି। ଏପରିକି ଅଭିନନ୍ଦନଙ୍କ ଗାଲରେ ଅତି ବୀଭତ୍ସ ଭାବେ ସଦ୍ୟ କଟାଚିହ୍ନ ଥିବା ସ୍ପଷ୍ଟ ଦେଖାଯାଉଛି। ଅଭିନନ୍ଦନ ଦେଇଥିବା ସଂକ୍ଷିପ୍ତ ଉତ୍ତରରୁ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଜଣାପଡୁଛି। ଚେନ୍ନାଇରେ ରହୁଥିବା ଅଭିନନ୍ଦନଙ୍କ ପରିବାର ଲୋକେ ଟିଭି ପରଦାରେ ତାଙ୍କୁ ଦେଖିବାପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ଫେରାଇ ଆଣିବାପାଇଁ ସେମାନେ ଆକୁଳ ନିବେଦନ କରିଛନ୍ତି। ଅଭିନନ୍ଦନ ଆଜି ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ପାକିସ୍ତାନ ସେନା ତାଙ୍କୁ ଭଲ ବ୍ୟବହାର ଦେଖାଇଛି ଏବଂ ଲୋକମାନଙ୍କ ଆକ୍ରମଣରୁ ରକ୍ଷା କରିଛି।

ସମ୍ବନ୍ଧିତ ଖବର