ବର୍ତ୍ତମାନ ସୁଦ୍ଧା ଭାରତର ଅର୍ଥନୀତି ୫-୬ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌ ହେବା କଥା: ପ୍ରଣବ ମୁଖାର୍ଜୀ

ବେଙ୍ଗାଲୁରୁ: ଦେଶର ସାମ୍ପ୍ରତିକ ଆର୍ଥିକ ଅଭିବୃଦ୍ଧି ବିଷୟରେ ବୁଧବାର ଦିନ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ଭାରତର ଅର୍ଥନୀତି ୫ ରୁ ୬ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌ ହେବା କଥା।

ଗ୍ରିନ୍‌ଉଡ୍‌ ହାଇ ଇଣ୍ଟର୍‌ନେସ୍‌ନାଲ୍‌ ସ୍କୁଲ୍‌ରେ ଏକ ସେମିନାର୍‌ରେ ଅଭିଭାଷଣ ଦେଇ ମୁଖାର୍ଜୀ କହିଛନ୍ତି: ଆଜି ଭାରତର ଆର୍ଥିକ ଅଭିବୃଦ୍ଧି ୨. ୨୬୮ ଟ୍ରିଲିୟନ୍‌ ଆମେରିକୀୟ ଡଲାର୍‌। ମୁଁ ସନ୍ତୁଷ୍ଟ ନୁହେଁ। ଜଣେ ପୂର୍ବତନ ଅର୍ଥମନ୍ତ୍ରୀ ହିସାବରେ ମୁଁ ଭାବୁଛି ଆମେ ଆହୁରି ଅନେକ ଅଗ୍ରଗତି କରିବା ଉଚିତ ଥିଲା। ଆର୍ଥିକ ଅଭିବୃଦ୍ଧି ୫ ରୁ ୬ ଟ୍ରିଲିୟନ୍‌ ଡଲାର୍‌ ହେବା କଥା।

କିନ୍ତୁ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଦେଶ କରିଥିବା ଅଗ୍ରଗତିକୁ ପୂର୍ବତନ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।

ମୁଖାର୍ଜୀ କହିଛନ୍ତି: ଜାତିସଙ୍ଘର ୧୮୪ ସଦସ୍ୟଙ୍କ ମଧ୍ୟରୁ ଆମେ ହେଉଛୁ ଆଜି ଯାଏଁ ଏକ ମାତ୍ର ଦେଶ ଯେ ପ୍ରଥମ ଉଦ୍ୟମରେ ନିଜର ଅର୍ବିଟର୍‌ ମଙ୍ଗଳକୁ ପଠାଇବାରେ ସଫଳ ହୋଇଛି।

ସେ କହିଲେ: ଆମେ ହେଉଛୁ ବିଶ୍ୱରେ ତୃତୀୟ ସାମରିକ ଶକ୍ତି।

ସମ୍ବନ୍ଧିତ ଖବର