ଚୀନର ଜବାବ, ଡୋକଲାମ ବିବାଦରୁ ଭାରତ ଶିକ୍ଷା ନେବା ଉଚିତ ଥିଲା

ବେଜିଂ: ଡୋକଲାମ ପ୍ରସଙ୍ଗରେ ଭାରତୀୟ ରାଷ୍ଟ୍ରଦୂତ ଗୋତମ ବମ୍ବାଓ୍ଵାଲେ ବକ୍ତବ୍ୟର କଡା ଜବାବ ଦେଇଛି ଚୀନ । ଚୀନ ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ହୋଇଥିବା ଡୋକଲାମ ବିବାଦରୁ ଭାରତ ନିଶ୍ଚିଚ ଭାବେ ଶିକ୍ଷା ନେବା ଉଚିତ । ଡୋଙ୍ଗଲାଙ୍ଗ ( ଡୋକଲାମ) ପ୍ରାଚୀନ ଚୀନର ଅଂଶବିଶେଷ । ଏହାକୁ ଚୀନର ନିଜର ଅଂଚଳ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନଇଙ୍ଗ । ସେ କହିଛନ୍ତି ଯେ ଚୀନ ନିଜର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ସବୁକିଛି କରିପାରିବ । ବିବାଦୀୟ ଅଂଚଳରେ ସ୍ଥିତାବସ୍ଥା ବୋଲି କୌଣସି କଥା ନାହିଁ ବୋଲି ସେ କହିଛନ୍ତି ।

ଗତ ସପ୍ତାହରେ ଚୀନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌତମ ବମ୍ବାଓ୍ଵାଲେ କହିଥିଲେ ଯେ ସୀମାରେ ସ୍ଥିତାବସ୍ଥାକୁ ବଦଳାଗଲେ ଦୁଇଦେଶ ମଧ୍ୟରେ ଆଉ ଏକ ଡୋକଲାମ ଭଳି ପରିସ୍ଥିତି ସୃଷ୍ଟି ହେବ । ତେବେ ଏଭଳି ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ଦୂର କରିବା ସବୁଠାରୁ ଉଚିତ ପନ୍ଥା ବୋଲି ସେ କହିଛନ୍ତି । ହଂକଂର ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ ସେ କହିଥିଲେ ଯେ ଦୁଇଦେଶମଧ୍ୟରେ ଥିବା ଅଣଚିହ୍ନଟ ସୀମା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି । ତେବେ ଚୀନ ପକ୍ଷରୁ ବିବାଦୀୟ ଡୋକଲାମ ଅଂଚଳରେ ସାମରିକ ଭିତ୍ତିଭୂମି ନିର୍ମାଣ ଚାଲିଥିବା ଖବରକୁ ସେ ଖଣ୍ଡନ କରିଥିଲେ ।

ସମ୍ବନ୍ଧିତ ଖବର