ପୁଣି ଚୀନର ନାଲିଆଖି ….ଡୋକଲାମ ଘଟଣାରୁ ଭାରତ ଶିଖୁ

ବେଜିଂ: ଡୋକଲାମ ବିବାଦରୁ ଭାରତ ଶିକ୍ଷା ନେଉ ଓ ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ସେଥିପ୍ରତି ସତର୍କ ରହୁ ବୋଲି ଚୀନ ଚେତାବନୀ ଶୁଣାଇଛି ।

ଡୋକଲାମ ଏକ ବିବାଦିୟ କ୍ଷେତ୍ର ବୋଲି ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ କିଛିଦିନ ତଳେ କହିଥିଲେ । ଭାରତ ପାକିସ୍ତାନ ଉପରୁ ନିଜର ଧ୍ୟାନ ହଟାଇ ଉତ୍ତରରେ ଚୀନ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ରାଓ୍ଵତ କହିଥିଲେ ।

ଏହାର ଜବାବରେ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି । ଗତ ବର୍ଷ ଜୁନରେ ଭୁଟାନର ବିବାଦୀୟ ଅଞ୍ଚଳ ଡୋକଲାମକୁ ନେଇ ଭାରତ ଓ ଚୀନ ସେନା ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ରହିଥିଲେ । ଚୀନ ଡୋକଲାମକୁ ନିଜର ଅଞ୍ଚଳ ବୋଲି କହୁଛି । ଚୀନ ସେନା ଡୋକଲାମ ଅଂଚଳରେ ତମ୍ବୁ ପକାଇ ରହିବା ପରେ ଭୁଟାନର ଅନୁରୋଧ କ୍ରମେ ଭାରତୀୟ ସେନା ତାହାର ବିରୋଧ କରିଥିଲା ।
କିନ୍ତୁ ଭାରତ ଚୀନ ସୀମାରେ ଅନୁପ୍ରବେଶ କରିଛି ବୋଲି ଚୀନ ଅଭିଯୋଗ କରିଥିଲା ।

ସମ୍ବନ୍ଧିତ ଖବର