ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଅବ୍ୟବହିତ ପୂର୍ବରୁ ଚୀନ୍‌ର ସରକାରୀ ମିଡ଼ିଆ ଆମେରିକାକୁ ଭର୍ତ୍ସନା କରିଛି। ଆମେରିକା ଭାରତକୁ ସାଥୀରେ ନେଇ ଚୀନ୍‌ର ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିବାକୁ ଚାହୁଛି ବୋଲି ଏଥିରେ କୁହାଯାଇଛି।

Advertisment

ଗ୍ଲୋବାଲ ଟାଇମ୍ସର ଏକ ମତାମତ ସ୍ତମ୍ଭରେ ଚୀନ୍‌ର ପ୍ରମୁଖ କୂଟନୀତିଜ୍ଞ ୱାଙ୍ଗ ୟି କହିଛନ୍ତି, ଆମେରିକା ଭାରତ ସହ ଆର୍ଥିକ ଓ ବାଣିଜ୍ୟିକ କାରବାର ସୁଦୃଢ଼ କରିବାକୁ ଚାହୁଛି। ଚୀନ୍‌ର ଆର୍ଥିକ ପ୍ରଗତିରେ ବାଧା ଦେବାକୁ ଚାହୁଛି। କିନ୍ତୁ ତାହା ସଫଳ ହୋଇପାରିବ ନାହିଁ। ମୋଦୀଙ୍କୁ ଆଲିଙ୍ଗନ କରିବାକୁ ୱାସିଂଟନ ଯେଉଁ ଉଦ୍ୟମ କରୁଛି, ସେଥିପାଇଁ ତାକୁ ମୂଲ୍ୟ ଦେବାକୁ ହେବ ବୋଲି ୟି କହିଛନ୍ତି। ସେ କହିଛନ୍ତି ଯେ ବିଶ୍ବ ଯୋଗାଣ ଶୃଙ୍ଖଳରେ ଚୀନ୍‌ର ଯାହା ସ୍ଥିତି ଅଛି, ଭାରତ ତାହାର ସ୍ଥାନ ନେଇପାରିବ ନାହିଁ। ଅପରପକ୍ଷେ ଭାରତର ଭବିଷ୍ୟତ ଅଭିବୃଦ୍ଧି ଓ ବିକାଶ ପାଇଁ ଏହା ଚୀନ୍ ସହ ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗ ଅବ୍ୟାହତ ରଖିବା ଉଚିତ ଏବଂ ଆମେ ରିକାର ସ୍ବାର୍ଥପର ଖେଳରେ ସାମିଲ ହେବା ଉଚିତ ନୁହେଁ ବୋଲି ୟି କହିଛନ୍ତି।