ଭାରତର ଯୁଦ୍ଧ ଜାହଜଗୁଡ଼ିକୁ ସୁରକ୍ଷା ଦେବ ଇସ୍ରାଏଲର ଏହି  ମିସାଇଲ ରୋଧୀ ବ୍ୟବସ୍ଥା, ଦେଖନ୍ତୁ ଏହାର ଶକ୍ତି

ନୂଆଦିଲ୍ଲୀ-  ଋଷିଆର ଅତ୍ୟାଧୁନିକ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଖରିଦ କରି ଭାରତ ନିଜର ସ୍ଥଳସୀମାକୁ ଶତ୍ରୁପକ୍ଷର ମିସାଇଲ ଆକ୍ରମଣ ଦାଉରୁ ରକ୍ଷା କରିବା ପାଇଁ ଯୋଜନା କରିଛି । ଏବେ ଜଳଭାଗରେ ନିଜର ଯୁଦ୍ଧ ଜାହଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତ ଇସ୍ରାଏଲ ସହିତ ଏକ ବଡ଼ ଚୁକ୍ତି କରିଛି । ଏହା ମାଧ୍ୟମରେ  ଭାରତ  ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ(ଆଇଏଆଇ)କୁ ୭୭୭ ନିୟୁତ ଡଲାରର(୫୬୮୭ କୋଟି ଟଙ୍କା) ଅତିରିକ୍ତ କଣ୍ଟ୍ରାକ୍ଟ ପ୍ରଦାନ କରିଛି ।


ଏହା ଅନୁଯାୟୀ ଇସ୍ରାଏଲ କମ୍ପାନୀ ଭାରତୀୟ ନୌସେନାର ସାତୋଟି ଜାହାଜକୁ  ଏଲଆରଏସଏଏମ ଏୟାର ଓ ମିସାଇଲ ଡିଫେନ୍ସ  ସିଷ୍ଟମ ଯୋଗାଇ ଦେବ। ବୁଧବାର କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଷ୍ଟ୍ରାୟତ  ଡିଫେନ୍ସ ଇଲେକ୍ଟ୍ରୋନିକ୍ସ କମ୍ପାନି  ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ(ବିଇଏଲ) ମାଧ୍ୟମରେ ଏହି କଣ୍ଟ୍ରାକ୍ଟ ଦିଆଯାଇଛି ।  ସୂଚନାଯୋଗ୍ୟ ଏଲଆରଏସଏମ(ବାରାକ ୮ ଫ୍ୟାମିଲିର ଅଂଶ) ଏକ ଏୟାର ମିସାଇଲ ଡିଫେନ୍ସ ସିଷ୍ଟମ (ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ), ଯାହାର ବ୍ୟବହାର ଇସ୍ରାଏଲର ନୌସେନା ସହିତ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନା ବ୍ୟବହାର କରିଥାନ୍ତି । ଭାରତ ସହିତ ଏହି ରାଜିନାମା ପରେ ବାରାକ ୮ର ବିକ୍ରି ଗତ କିଛି ବର୍ଷରେ ୬ ୦୦ କୋଟି ଡଲାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର