ନୂଆଦିଲ୍ଲୀ: ଭାରତୀୟ ସେନାର ଟି-୭୨ ଟ୍ୟାଙ୍କ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ସେଗୁଡ଼ିକର ଇଞ୍ଜିନକୁ ଅଧିକ ଶକ୍ତିଶାଳୀ ଇଞ୍ଜିନରେ ଅପଗ୍ରେଡ୍ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷର ରୋସୋବୋରୋନଏକ୍ସପୋର୍ଟ ସହ ୨୪୮ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷର କରିଛି ।
ଏହି ଚୁକ୍ତି ଅନୁଯାୟୀ ଭାରତୀୟ ସେନାର ବର୍ତ୍ତମାନର ଟି-୭୨ ଟ୍ୟାଙ୍କରେ ନୂଆ ୧୦ ଏଚପି ଇଞ୍ଜିନ ଲଗାଯିବ । ଟି-୭୨ ଟ୍ୟାଙ୍କ ଭାରତୀୟ ସେନାର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଫ୍ଲିଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବର୍ତ୍ତମାନ ଏଥିରେ ୭୮୦ ଏଚପି ଇଞ୍ଜିନ ଲାଗିଛି, ଯାହାକୁ ଏବେ ୧୦ ଏଚପି ଇଞ୍ଜିନରେ ବଦଳାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା ଭାରତୀୟ ସେନାର ଗତିଶୀଳତା ଏବଂ ଆକ୍ରମଣ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ।
ଏହି ଚୁକ୍ତିରେ ଟେକ୍ନୋଲୋଜି (ToT) ହସ୍ତାନ୍ତର ମଧ୍ୟ ଅନ୍ତର୍ଭୁକ୍ତ । ଅର୍ଥାତ୍ ଋଷ ଏହି ଇଞ୍ଜିନର ଟେକ୍ନୋଲୋଜି ଚେନ୍ନାଇର ଆଭାଦିସ୍ଥିତ ଆର୍ମର୍ଡ ଭେଇକିଲ କର୍ପୋରେସନ ଲିମିଟେଡ (ହେଭି ଭେଇକିଲ ଫ୍ୟାକ୍ଟ୍ରି)କୁ ହସ୍ତାନ୍ତର କରିବ ଏବଂ ଏହାକୁ ଭାରତରେ ଉତ୍ପାଦନ ସମ୍ଭବ କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/07/CcAkfk1CqjVJXbaM0SOc.jpg)