ଆମେରିକାର ଧମକ ସତ୍ତ୍ୱେ ଏସ୍‌-୪୦୦ ମିସାଇଲ୍‌ ପାଇଁ ରୁଷ୍‌ ସହ ଚୁକ୍ତି ସ୍ୱାକ୍ଷର କଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୫ଟି ରୁଷୀୟ ଏସ୍‌-୪୦୦ ଟ୍ରମ୍ଫ୍‌ ମିସାଇଲ୍‌ ସିଲ୍‌ଡ୍‌ ସିଷ୍ଟମ୍‌ ନିମନ୍ତେ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭୂପୃଷ୍ଠରୁ ଶୂନ୍ୟକୁ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ହେଉଛି ବିଶ୍ୱର ସବୁଠୁ ମାରାତ୍ମକ।

ଏହି ଲଙ୍ଗ୍‌-ରେଞ୍ଜ୍‌ ମିସାଇଲ୍‌ ସିଷ୍ଟମ୍‌ ୪୦୦୦ କିଲୋମିଟିର ଦୀର୍ଘ ଭାରତ-ଚୀନ୍‌ ସୀମାନ୍ତରେ ଭାରତର ଏୟାର୍‌-ଡିଫେନ୍‌ସ୍‌ ସମାର୍ଥ୍ୟକୁ ସମୃଦ୍ଧ କରିବ।

ଏସ୍‌-୪୦୦ ରୁଷ୍‌ର ସବୁଠୁ ଅଗ୍ରଣୀ ଭୂପୃଷ୍ଠରୁ ଶୂନ୍ୟକୁ ନିକ୍ଷେପ କରି ହେଉଥିବା ଲଙ୍ଗ୍‌-ରେଞ୍ଜ୍‌ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌। ୨୦୧୪ରେ ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ଚୀନ୍‌ ଏହାକୁ ଖରିଦ କରିବା ପାଇଁ ରୁଷ୍‌ ସହ ଚୁକ୍ତି କରିଥିଲା। କିନ୍ତୁ, ରୁଷ୍‌ କେତେ ସଂଖ୍ୟକ ଏସ୍‌-୪୦୦ କ୍ଷେପଣାସ୍ତ୍ର ବେଜିଙ୍ଗ୍‌କୁ ଦେଇଛି ତାହା ଜଣାପଡ଼ି ନାହିଁ।

ଏସ୍‌-୩୦୦ ସିଷ୍ଟମ୍‌ର ଉନ୍ନତ ସଂସ୍କରଣ ହେଉଛି ଏସ୍‌-୪୦୦। ଆଲ୍‌ମାଜ୍‌-ଅଣ୍ଟେ୍‌ ଦ୍ୱାରା ନିର୍ମିତ ଏହି ମିସାଇଲ୍‌ ସିଷ୍ଟମ୍‌ ରୁଷ୍‌ରେ ୨୦୦୭ ଠାରୁ ସର୍ଭିସ୍‌ରେ ଲଗାଯାଇଛି।

ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଜାରି କରିବ ବୋଲି ଦୃଢ଼ ଚେତାବନୀ ଦେବା ସତ୍ତ୍ୱେ ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମଧ୍ୟରେ ଏସ୍‌-୪୦୦ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି।

ଏଥିସହ ମହାକାଶ ସହଯୋଗ ପାଇଁ ମଧ୍ୟ ରୁଷ୍‌ ଓ ଭାରତ ମଧ୍ୟରେ ଚୁକ୍ତି ହୋଇଛି। ଏଥିନିମନ୍ତେ ସାଇବେରିଆସ୍ଥିତ ରୁଷୀୟ ସହର ନୋଭୋସିବିର୍ସକ୍‌ ଠାରେ ଏକ ଭାରତୀୟ ମନିଟରିଙ୍ଗ୍‌ ଷ୍ଟେସନ୍‌ ନିର୍ମାଣ କରାଯିବ।

ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଚାଲିଛି।

ସମ୍ବନ୍ଧିତ ଖବର