ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବ˚ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଇଣ୍ତିଆ ସ୍କିଲ୍ ପ୍ରତିଯୋଗିତାରେ ବିଜୟୀ ଓଡ଼ିଶା ଟିମ୍ଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ୍ ପଦକ ତାଲିକାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଆଜି ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୯ ମସିହା ଅଗଷ୍ଟ ମାସରେ ରୁଷିଆର କାଜାନଠାରେ ଆୟୋଜିତ ହେବାକୁ ଥିବା ବିଶ୍ବ କୌଶଳ ପ୍ରତିଯୋଗିତା ପାଇଁ ଶୁଭକାମନା କରିଛନ୍ତି। ଏହି ପ୍ରତିଯୋଗିତା ସକାଶେ ଆବଶ୍ୟକ ବିଶ୍ବସ୍ତରୀୟ ତାଲିମ ଓ ପ୍ରସ୍ତୁତି ନିମେନ୍ତ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଯୁବ କୁଶଳୀ ପ୍ରତିଯୋଗୀମାନେ ସେମାନଙ୍କ ଉଲ୍ଲେଖନୀୟ ପ୍ରତିଭା, ନିଷ୍ଠା ଓ କଠିନ ଶ୍ରମର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେମାନଙ୍କର ଉଚ୍ଚାକା˚କ୍ଷା ହିଁ ସେମାନଙ୍କୁ ଏଭଳି ଅନୁକରଣୀୟ କୌଶଳର ଅଧିକାରୀ କରାଇଛି ଏବ˚ ତାହା ସେମାନେ ପ୍ରମାଣିତ କରିପାରିଛନ୍ତି। ଏହି କୁଶଳୀ କଳାକାରମାନଙ୍କୁ ଏବର ‘ଧର୍ମପଦ‘ ବୋଲି ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଲେ ଯେ ସେମାନେ ଏବେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ବିଶ୍ବ କୌଶଳ ପ୍ରତିଯୋଗିତାରେ ସେମାନେ ସମଗ୍ର ଦେଶ ପାଇଁ ଅନୁରୂପ ଗୌରବର ଅଧିକାରୀ ହୋଇପାରିବେ ବୋଲି ମଧ୍ୟ ଦୃଢ଼ ବିଶ୍ବାସ ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଜୟୀ ପ୍ରତିଯୋଗୀମାନଙ୍କୁ ବିଶେଷ ‘ନବକଳେବର’ ସ୍ମାରକୀ ମୁଦ୍ରା ଦେଇ ସମ୍ମାନିତ କରିଥିଲେ।
ଇଣ୍ତିଆ ସ୍କିଲ୍ ପ୍ରତିଯୋଗିତା : ବିଜୟୀ ଓଡ଼ିଶା ଟିମ୍ଙ୍କ ସହ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
/sambad/media/post_attachments/wp-content/uploads/2018/10/dharmendra-pradhan-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)