ନ୍ୟୁୟର୍କ : ଜାତିସଂଘରେ  ଚୀନ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ତାହାର ତୀବ୍ର ବିରୋଧ କରିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଜମ୍ମୁ ଓ କଶ୍ମୀର ଲଦ୍ଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଧାରା ୩୭୦ ପ୍ରତ୍ୟାହାର ଭାରତର ଏକ ଆଭ୍ୟନ୍ତରୀଣ ମାମଲା । ଏଥିରେ କୌଣସି ବାହ୍ୟ ପକ୍ଷଙ୍କ ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।  ଏକଥା ଚୀନ ସରକାର ଭଲଭାବେ ଜାଣିଛନ୍ତି ।

Advertisment

ଜାତିସଂଘର ସାଧାରଣ ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗ ଉଠାଇ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଇ କହିଥିଲେ ଯେ କଶ୍ମୀର ସମସ୍ୟାର ସମାଧାନ ଜାତିସଂଘ ଚାର୍ଟର, ଜାତିସଂଘ ନିରାପତ୍ତା ପରିଷଦ ଓ ଦ୍ବିପାକ୍ଷିକ ରାଜିନାମା ଅନୁସାରେ ହେବା ଆବଶ୍ୟକ  । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିବାଦୀୟ କ୍ଷେତ୍ରରେ କୌଣସି ଦେଶ ଏକୁଟିଆ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ।

ଗତ କାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ରକ୍ତପାତ ଧମକ ଦେଇଥିଲେ ।