କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଓ ପାକିସ୍ତାନର ମିଳିତ ବିବୃତିକୁ ଭାରତର ସମାଲୋଚନା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ଚୀନ୍‌ ଓ ପାକିସ୍ତାନ ଦେଇଥିବା ମିଳିତ ବିବୃତିକୁ ଭାରତ ମଙ୍ଗଳବାର ଦିନ ସମାଲୋଚନା କରିଛି। ଅନ୍ୟ ଦେଶମାନେ ଭାରତର ସାର୍ବଭୌମତ୍ୱକୁ ସମ୍ମାନ ଦେଇ ତା’ର ଅଭ୍ୟନ୍ତରୀଣ ବ୍ୟାପାର ବିଷୟରେ ମନ୍ତବ୍ୟ ଦେବାରୁ ବିରତ ରହିବା ଉଚିତ ବୋଲି ଭାରତ କହିଛି।

ମଙ୍ଗଳବାର ଦିନ ବେଜିଙ୍ଗ୍‌ରେ ପାକିସ୍ତାନର ରାଷ୍ଟ୍ରପତି ଆରିଫ୍‌ ଆଓ୍ଵି ଏବଂ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ବୈଠକ ସମୟରେ କଶ୍ମୀର ପ୍ରସଙ୍ଗ ଉଠିଥିଲା। କଶ୍ମୀର ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ଉପରେ ତାଙ୍କ ସରକାର ଧ୍ୟାନ ରଖିଥିବା କଥା ଜି କହିଥିଲେ।

ଦୁଇ ନେତାଙ୍କର ମିଳିତ ବିବୃତି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ େଓ୍ଵବ୍‌ସାଇଟ୍‌ରେ ପୋଷ୍ଟ୍‍ କରାଯାଇଥିଲା। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଚୀନ୍‌ ସମେତ ଅନ୍ୟ ଦେଶମାନେ ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ନ ଦେବାରୁ ବିରତ ରହିବା ଉଚିତ ବୋଲି କହିଛନ୍ତି।

Image Source: India Today

ସେ ଆହୁରି କହିଛନ୍ତି ଯେ ବେଆଇନ୍‌ ‘ଚୀନ୍‌ ପାକିସ୍ତାନ ଆର୍ଥିକ କରିଡର୍‌’ ପ୍ରସଙ୍ଗରେ ଭାରତ ଆପତ୍ତି କରିବ। ୧୯୪୭ ମସିହାରୁ ଭାରତର ଯେଉଁ ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି, ସେଠାରେ ଏହି କରିଡର୍‌ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏ ଭଳି ବେଆଇନ କାର୍ଯ୍ୟକଳାପକୁ ଭାରତ କଦାପି ଗ୍ରହଣ କରିବ ନାହିଁ।

ସମ୍ବନ୍ଧିତ ଖବର