ମହାପୁରୁଷ ମହମ୍ମଦ୍‌ଙ୍କ ବିଷୟରେ ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମତର ପ୍ରତିଫଳନ ନୁହେଁ କହି ‘ଓଆଇସି’କୁ ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: ମହାପୁରଷ ମହମଦ୍‌ଙ୍କ ବିଷୟରେ ନିଲମ୍ବିତ ବିଜପେି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମର ପ୍ରତିଫଳ ନୁହେଁ କହି ଆଜି ଭାରତ ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ର (ଓଆଇସି) ଜେନେରାଲ୍‌ ସେକ୍ରେଟେରିଏଟ୍‌କୁ ତୀବ୍ର ସମାଲୋଚନା କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ‘ଓଆଇସି’ର ଅପ୍ରାସଙ୍ଗିକ ତଥା ରକ୍ଷଣଶୀଳ ମନ୍ତବ୍ୟକୁ ଭାରତ ସ୍ପଷ୍ଟରୂପେ ଅଗ୍ରାହ୍ୟ କରୁଛି। ଭାରତ ସରକାର ସବୁ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି।

ତାଙ୍କ ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ନିର୍ଦ୍ଦିଷ୍ଟ କେତେକ ବ୍ୟକ୍ତିବିଶେଷ ଜଣେ ଧାର୍ମିକ ବ୍ୟକ୍ତିତ୍ବଙ୍କ ମର୍ଯ୍ୟାଦାହାନି କରି ଟୁଇଟ୍‌ ଓ ମନ୍ତବ୍ୟ ଦେଇଛନ୍ତି। ସେ ସବୁ ମନ୍ତବ୍ୟ କୌଣସି ପ୍ରକାରରେ ଭାରତ ସରକାରଙ୍କ ମତାମତକୁ ପ୍ରତିଫଳନ କରୁନାହିଁ। ସମ୍ପୃକ୍ତ ସଙ୍ଗଠନମାନେ ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି।

Image Courtesy of NDTV

ଦୁଃଖର ବିଷୟ ‘ଓଆଇସି’ ସେକ୍ରେଟେରିଏଟ୍‌ ପୁଣି ଉତ୍ତେଜନା ସୃଷ୍ଟିକାରୀ, ବିଭ୍ରାନ୍ତିକର ଏବଂ କ୍ଷତିକାରକ ବିବୃତି ଦେଉଛି। ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ତରଫରୁ ‘ଓଆଇସି’ ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା କଥା ଏଥିରୁ ଜଣାପଡୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ସୂଚନାଯୋଗ୍ୟ, ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରବିବାର ଦିନ ବିଜେପି ତା’ର ଜାତୀୟ ମୁଖପାତ୍ର ନୂପୁର ଶର୍ମା ଏବଂ ଦିଲ୍ଲୀ ୟୁନିଟ୍‌ର ଗଣମାଧ୍ୟମ ମୁଖ୍ୟ ନୀବନ ଜୀନ୍ଦଲଙ୍କୁ ବହିଷ୍କାର କରିଛି।

ସେମାନଙ୍କ ମନ୍ତବ୍ୟ ଯୋଗୁଁ ସୃଷ୍ଟି ହୋଇଥିବା ସଂଖ୍ୟାଲଘୁମାନଙ୍କର ଉଦ୍‌ବେଗ ଲାଘବ କରିବା ଉଦ୍ଦେଶ୍ୟରେ ତଥା ଦଳରୁ ନିଲମ୍ବିତ ସଦସ୍ୟମାନଙ୍କ ଠାରୁ ଦୂରେଇ ରହିଛି ବୋଲି ଦର୍ଶାଇବା ପାଇଁ ବିଜେପି ବିବୃତି ମଧ୍ୟ ଜାରି କରିଛି। ସେଥିରେ ବିଜେପି କହିଛି, ଦଳ ସବୁ ଧର୍ମକୁ ସମ୍ମାନ ଦିଏ ଏବଂ କ‌ୌଣସି ଧାର୍ମିକ ବ୍ୟକ୍ତିତ୍ବଙ୍କ ପ୍ରତି ହୋଇଥିବା ଅପମାନ ଘଟଣାକୁ ତୀବ୍ର ନିନ୍ଦା କରୁଛି।

ସମ୍ବନ୍ଧିତ ଖବର