ପାକିସ୍ତାନକୁ ଏକଘରକିଆ କରିବାକୁ ବଡ଼ ଧରଣର କୂଟନୈତିକ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକଘରକିଆ କରିବାକୁ ଓ ତାହାର ଅସଲ ମୁଖା ଖୋଲିବାକୁ ଭାରତ ପକ୍ଷରୁ ଏକ ବଡ଼ ଧରଣର କୂଟନୈତିକ ଅଭିଯାନ ଆରମ୍ଭ କରାଯାଇଛି ।

ପ୍ରଥମେ ଆଜି ପାକିସ୍ତାନରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ କେନ୍ଦ୍ର ସରକାର ନୂଆଦିଲ୍ଲୀ ଡକାଇଛନ୍ତି । ଏହାଛଡା ଭାରତରେ ଥିବା ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କୁ ଡକାଇ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ନିନ୍ଦା କରାଯାଇଛି । ଅନ୍ୟପକ୍ଷରେ ଭାରତ ନିରାପତ୍ତା ପରିଷଦର ୫ ସ୍ଥାୟୀ ଦେଶ ଆମେରିକା, ଋଷିଆ, ବ୍ରିଟେନ, ଫ୍ରାନ୍ସ ଓ ଚୀନର ରାଷ୍ଟ୍ରଦୂତମାନଙ୍କୁ ଡକାଇ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି । ସେହିପରି ଜି-୨୦ ଦେଶର ସଦସ୍ୟ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନଙ୍କୁ ମଧ୍ୟ ଡକାଯାଇ ଆଲୋଚନା କରାଯାଇଛି । ଏହା ପୂର୍ବରୁ ଭାରତ ପାକିସ୍ତାନକୁ ୨୩ ବର୍ଷ ତଳେ ଦେଇଥିବା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କରିନେଇଛି ।
ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲଓ୍ବାମା ଆକ୍ରମଣକୁ ନିନ୍ଦା କରିବା ସହ ଏହାର କଡା ଜବାବ ଦିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର