ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହେବାପରେ ସେ ଜୁଲାଇ ୧୫ରେ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ । ଏହି ପ୍ରକ୍ରିୟା ପାଇଁ ନାସା ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

Advertisment

ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିବା ପୂର୍ବରୁ କହିଛନ୍ତି,‘ ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା। ଏହା ଯାଦୁ ପରି ଅନୁଭବ ହୋଇଥିଲା। ୪୧ବର୍ଷ ପୂର୍ବେ ଜଣେ ଭାରତୀୟ ମହାକାଶ ଯାତ୍ରା କରିଥିଲେ। ଯାହାଙ୍କୁ ଆଜି ବି ସମସ୍ତେ ମନେ ରଖିଛନ୍ତି। ସେ ହେଉଛନ୍ତି ରାକେଶ ଶର୍ମା। 

ରାକେଶ ଶର୍ମାଙ୍କୁ ମହାକାଶ ଯାତ୍ରା ସମୟରେ ଭାରତ କିପରି ଦେଖାଯାଉଛି ବୋଲି ପ୍ରଶ୍ନ କରାଯାଇଥିବା ବେଳେ ସେ କହିଥିଲେ, ‘ସାରେ ଜାହାଁସେ ଆଚ୍ଛା। ଆଜି ମୁଁ ସେହି ପଦକୁ ଦ୍ବିତୀୟ ଥର ଦୋହରାଇବାକୁ ଚାହିଁବି। ଅର୍ଥାତ ଆଜିର ଭାରତ ମହତ୍ୱାକାଂକ୍ଷୀ, ନିର୍ଭୀକ, ଆତ୍ମବିଶ୍ୱାସୀ ଏବଂ ଗର୍ବରେ ପରିପୂର୍ଣ୍ଣ ଦେଖାଯାଉଛି। ସଂକ୍ଷେପରେ କହିବାକୁ ଗଲେ ମହାକାଶରୁ ଭାରତ ଆଜି ବି 'ସାରେ ଜହାଁ ସେ ଆଚ୍ଛା' ଦେଖାଯାଉଛି।

ସୂଚନାଯୋଗ୍ୟ ଯେ, ଆକ୍ସିଅମ୍-୪ ମିଶନ ଅଧୀନରେ ଶୁଭାଂଶୁ ଶୁକ୍ଲା ଅନ୍ୟ ତିନି ଜଣ ମହାକାଶଚାରୀଙ୍କ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାଇଥିଲେ। ଏହି ମହାକାଶଚାରୀଙ୍କର ୧୪ ଦିନିଆ ମିଶନ ଥିଲା, ଯାହା ସମାପ୍ତ ହୋଇଛି। ବର୍ତ୍ତମାନ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ମହାକାଶଚାରୀ ପୃଥିବୀକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛନ୍ତି।