ଖରାପ ବନ୍ଧୁକ ଦେଇଥିବାରୁ ଆମେରିକା ସହ ଚୁକ୍ତି ବାତିଲ କଲା ଭାରତ

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ସିଗ୍ ସୋର୍ ଆସଲଟ୍ ରାଇଫଲ୍ ଚୁକ୍ତିକୁ ଝଟକା ଲାଗିଛି | ଆମେରିକା ସହିତ ହୋଇଥିବା ଏହି ଡିଲକୁ ଭାରତ ବାତିଲ କରିଛି। ଏହି ଡ଼ିଲ ଯୋଗୁଁ ଭାରତୀୟ ସେନା ପ୍ରାୟ ୭୨ ହଜାର ଆମେରିକୀୟ ରାଇଫଲ ପାଇବାକୁ ଥିଲା, କିନ୍ତୁ ଏହି ରାଇଫଲର ପ୍ରଥମ ବ୍ୟାଚରେ ମିଳିଥିବା ରାଇଫଲର ସମସ୍ୟା ହେତୁ ଭାରତ ଦ୍ୱିତୀୟ ବ୍ୟାଚ ପାଇଁ ଡିଲକୁ ବାତିଲ କରିଦେଇଛି । ସେପ୍ଟେମ୍ବର ୨୦୨୦ ରେ,ଚୀନ୍ ସହିତ ଚାଲିଥିବା ବିବାଦ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଆମେରିକାରୁ ୭୨ ହଜାର ଅତିରିକ୍ତ ସିଗ୍ ସୋର୍ ଆସଲଟ୍ ରାଇଫଲ କ୍ରୟକୁ ଅନୁମୋଦନ କରିଥିଲା ​​| ଏହି ଡିଲର ମୋଟ ମୂଲ୍ୟ ପ୍ରାୟ ୭୮୦ କୋଟି ଟଙ୍କା ଥିଲା | ଏହାପୂର୍ବରୁ ୨୦୧୯ ରେ ମଧ୍ୟ ଆମେରିକୀୟ କମ୍ପାନୀ ସିଗ୍-ସୋରରୁ ୭୨,୪୦୦ ରାଇଫଲ କ୍ରୟ କରାଯାଇଥିଲା |

ତେବେ ପ୍ରଥମ ବ୍ୟାଚରେ ମିଳିଥିବା ଏହି ରାଇଫଲଗୁଡିକ ଚୀନ୍ ନିକଟରେ ଥିବା ଏଲଏସି, ଏଲଓସି ଏବଂ କଶ୍ମୀର ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ନିୟୋଜିତ ସୈନିକମାନଙ୍କ ଦ୍ୱାରା ବ୍ୟବହୃତ ହେଉଛି | କିନ୍ତୁ ଏହି ରାଇଫଲଗୁଡିକରେ କିଛି ସମସ୍ୟା ଦେଖିବାକୁ ମିଳିଥିଲା | ସୂଚନା ଅନୁଯାୟୀ, ଏହି ଆମେରିକୀୟ ରାଇଫଲରେ ସ୍ୱଦେଶୀ ଗୁଳି ବ୍ୟବହାର କରାଯାଉଥିଲା। ଏହି କାରଣରୁ ଅନେକ ଥର ସ୍ୱଦେଶୀ ଗୁଳି ବ୍ୟବହାର ହେତୁ ରାଇଫଲ ଝଟକା ଦେଉଥିଲା । ତେଣୁ ସିଗ୍-ସୋର ରାଇଫଲର ଦ୍ୱିତୀୟ ବ୍ୟାଚ ପାଇଁ ଏହି ଚୁକ୍ତି ବାତିଲ କରିବାକୁ ସେନା ନିଷ୍ପତ୍ତି ନେଇଛି।

ସୂଚନା ମୁତାବକ ଯେହେତୁ ଭାରତ ଏବଂ ଋଷ ମଧ୍ୟରେ ଏକେ ୨୦୩ ବନ୍ଧୁକ ପାଇଁ ଚୁକ୍ତି ବିଳମ୍ବିତ ହେଉଥିଲା, ତେଣୁ ଭାରତ ଆମେରିକାରୁ ସିଗ୍-ସୋର ରାଇଫଲ କିଣିବା ପାଇଁ ଚୁକ୍ତି କରିଥିଲା। ତେବେ ବର୍ତ୍ତମାନ ଭାରତ ଏବଂ ଋଷ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଆମେଠିର କୋରବା ପ୍ଲାଣ୍ଟରେ ଭାରତୀୟ ସେନା ପାଇଁ ପ୍ରାୟ ସାଢେ ସାତ ଲକ୍ଷ ଏକେ ୨୦୩ ରାଇଫଲ ପ୍ରସ୍ତୁତ କରାଯିବ। ନିକଟରେ ଭାରତ ମଧ୍ୟ ଋଷରୁ ସିଧାସଳଖ ୭୦ ହଜାର ଏକେ-୨୦୩ ରାଇଫଲ କିଣିଛି |

ସମ୍ବନ୍ଧିତ ଖବର