ଯୁଦ୍ଧ ନୁହେଁ, ଆଲୋଚନା କରି ୟୁକ୍ରେନ ସଂକଟର ସମାଧାନ ବାହାର କର : ଭାରତ

ନୂଆଦିଲ୍ଲୀ :  ୟୁକ୍ରେନ ପ୍ରସଙ୍ଗକୁ ନେଇ ଦୁଇଦିନ ତଳେ ଯେଉଁ ଆଶାର ଆଲୋକ ଦେଖାଦେଇଥିଲା, ଋଷିଆର ସମରସଜ୍ଜା ମଧ୍ୟରେ ଆଜି ତାହା ଦୂର ହୋଇ ଯୁଦ୍ଧର କଳାବାଦଲରେ ପରିଣତ ହୋଇଛି । ତେବେ ଏହି ସମସ୍ୟାର କୂଟନୈତିକ ସମାଧାନ ସପକ୍ଷରେ ପୁଣି ମତ ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଶୀଳତ ଯୁଦ୍ଧ ସମୟ ତୁଳନାରେ ଆଧୁନିକ ବିଶ୍ବ ଅଧିକ ଜଗତିକୃତ ଓ ପରସ୍ପର ସହିତ ସମ୍ପର୍କିତ ହୋଇ ରହିଛି । ଏଣୁ ଆଧୁନିକ ଯୁଗର ସମସ୍ୟାର ସମାଧାନ ପାଇଁ ଏକ ଭିନ୍ନ ପ୍ରକାରର ଉଦ୍ୟମ ଲୋଡ଼ା ।

ମ୍ୟୁନିକ ସିକ୍ୟୁରିଟି କନଫରେନ୍ସରେ ଯୋଗ ଦେବା ଅବସରରେ ଜୟଶଙ୍କର ଏକଥା କହିଛନ୍ତି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଋଷିଆକୁ କଟକଣା ଧମକ ଦେଇଥିଲେ ।

ୟୁକ୍ରେନ ସଂକଟ ସଂପର୍କରେ ଗତ ଗୁରୁବାରଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ଏହି ସମସ୍ୟାର ମିଲିଟାରୀ ସମାଧାନ ସପକ୍ଷରେ ନାହିଁ । କୂଟନୈତିକ ଆଲୋଚନା ମଧ୍ୟରେ ସମସ୍ୟାର ସମାଧାନ ସପକ୍ଷରେ ଭାରତ ରହିଛି ବୋଲି ମନ୍ତ୍ରାଳୟ କହିଥିଲା । ସେହିପରି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍. ତିରୁମୂର୍ତ୍ତି କହିଛନ୍ତି ଯେ, ୟୁକ୍ରେନ ପ୍ରସଙ୍ଗରେ ତୁରନ୍ତ ଉତ୍ତେଜନା ହ୍ରାସ ସପକ୍ଷରେ ଭାରତ ରହିଛି । ଭାରତର ଏହି ନିପରେକ୍ଷ ଆଭିମୁଖ୍ୟକୁ ଋଷିଆ ପ୍ରସଂଶା କରିଛି ।

 

ସମ୍ବନ୍ଧିତ ଖବର