ନୂଆଦିଲ୍ଲୀ : ୟୁକ୍ରେନରେ ହିଂସା ବନ୍ଦ ପାଇଁ ଭାରତ ଆଜି ପୁଣିଥରେ ଦାବି କରିଛି। ଜାତିସଂଘ ମାନବାଧିକାର ପରିଷଦର ୫୧ ତମ ଅଧିବେଶନରେ ଭାରତ ୟୁକ୍ରେନ୍ ଯୁଦ୍ଧ ସଂକ୍ରାନ୍ତରେ ଟିପ୍ପଣୀ ରଖି ୟୁକ୍ରେନ୍ରେ ହିଂସା ବନ୍ଦ କଥା କହିଛି। ଭାରତ କହିଛି ଯୁଦ୍ଧ ସ୍ଥିତିରେ ବି ମାନବାଧିକାର ଏବଂ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନର କୌଣସି ଯଥାର୍ଥତା ନାହିଁ। ୟୁକ୍ରେନରେ ନାଗରିକଙ୍କ ହତ୍ୟା ଘଟଣାର ଏକ ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ ହେବା ଉଚିତ ବୋଲି ଭାରତ କହିଛି। ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଇନ୍ଦ୍ରା ମଲ୍ ପାଣ୍ଡେ ଆଜି ଜାତିସଂଘ ମାନବାଧିକାର ପରିଷଦରେ ଏହି ଟିପ୍ପଣୀ ଦେଇଛନ୍ତି। ୟୁକ୍ରେନରେ ମାନବୀୟ ସହଯୋଗର ଆବଶ୍ୟକତାକୁ ଅନ୍ତର୍ଜାତୀୟ ସମୁଦାୟ ସକରାତ୍ମକ ଭାବେ ଗ୍ରହଣ କରିବାପାଇଁ ଭାରତ ଆଶା ପ୍ରକଟ କରିଛି।
ୟୁକ୍ରେନରେ ନାଗରିକଙ୍କ ହତ୍ୟାକୁ ଭାରତର ଦୃଢ଼ ନିନ୍ଦା
/sambad/media/post_attachments/wp-content/uploads/2022/09/ind-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)